www.samajalive.in
Saturday, December 13, 2025
21.1 C
Bhubaneswar

ଶନିବାର ରାଶିଫଳ ୧୮.୦୨.୨୦୨୩

ମେଷ: ମନରେ ଧ୍ୟାନର ଦୀପ ଜଳାଇ ଭବିଷ୍ୟତରେ ଉପୁଜିବାକୁ ଥିବା ଅନ୍ଧକାରକୁ ଉଳମୟ କରିପାରନ୍ତି। ପ୍ରସନ୍ନ ଚିତ୍ତରେ ଓ ଦୟାଳୁ ସ୍ବଭାବରେ ଦୀନ-ଦରିଦ୍ରଙ୍କ ପୃଷ୍ଠପୋଷକ ହୋଇପାରନ୍ତି।
ବୃଷ: ଦୈବୀ ବଳରେ ବଳୀୟାନ୍‌ ହେବେ। ଆତ୍ମଶକ୍ତିକୁ ଜାଗ୍ରତ ରଖି ତା’ଉପରେ ବିଶ୍ବାସ ରଖିବାକୁ ପଡ଼ିବ। ସମାଜସେବାରେ ନିଜକୁ ନିୟୋଜିତ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ଘୋଷିତ ଅଶୁଭ ସମୟକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରି ମଧ୍ୟ କର୍ମକ୍ଷମ ହେବେ। ବିପଦ ଟାଳିବା ପାଇଁ ପତ୍ନୀ ଆଜି ଉପାସିକା ସାଜିଛି।
କର୍କଟ: ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧି ହେବ। ପ୍ରାଣପ୍ରିୟାଙ୍କୁ ସହାୟତା କରିବା ନିଜର କର୍ତ୍ତବ୍ୟ ଭାବେ ବିବେଚନା କରିବାକୁ ପଡ଼ିବ। ଅହଂ ନାଶ ହେବ। ବ୍ୟବସାୟ ଲାଭଜନକ ହେବ।
ସିଂହ: ଈପ୍‌ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାନଧର୍ମକୁ ଆଦରି ନେବେ। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ଯାନବାହନ ସୁଖ ମିଳିବ। ଦୂରଯାତ୍ରା ଯୋଗ ଅଛି।
କନ୍ୟା: ନିରୋଗ ଶରୀରର ସୁଦୃଶ୍ୟ ଅବୟବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। ସୌଭାଗ୍ୟଶାଳୀ ଓ ଧାର୍ମିକ ପ୍ରବୃତ୍ତିର ହେବେ। ଭକ୍ତି, ରସ, ପ୍ରେମର ଅଧିକାରୀ ହୋଇପାରନ୍ତି। ସମର୍ପିତ ଜୀବନଯାପନ କରିବେ।
ତୁଳା: ଧନ ଆଉ ଧର୍ମକୁ ତଉଲିବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ପରିବାର ମଧ୍ୟରେ ସ୍ନେହଭାବ ରହିବ। ଉଦାର ସ୍ବଭାବର ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। ଧନଲାଭ ହେବ।
ବିଛା: ଧନହାନି ଘଟିବାର ସୂଚନା ମିଳୁଛି। ଛଳନା କରି ହୃଦୟ ଭିତରକୁ ପଶି ଆସିବାକୁ ଥିବା କୃତ୍ରିମମାନଙ୍କୁ ବହିଷ୍କାର କରି ନ ପାରିଲେ ଅର୍ଜନ କରିଥିବା ସମସ୍ତ ପୁଣ୍ୟ ଧୋଇଯାଇପାରେ। ଆଜି ସତର୍କତାର ଦିନ।
ଧନୁ: ସ୍ବକର୍ମ ଭାଗ୍ୟକୁ ନିୟନ୍ତ୍ରଣ କରୁଥିବାରୁ କର୍ମ ତତ୍ପରତା ଆପଣଙ୍କ ଭବିଷ୍ୟ ନିର୍ମାଣ କରିବା କାର୍ଯ୍ୟରେ ଆତ୍ମ ନିବେଦନ ରୂପକ ନବମ ଭକ୍ତି ଆପଣଙ୍କ ମନସ୍କାମନା ପୂରଣ କରିବ। ଜ୍ଞାନଦାତା ହେବେ।
ମକର: ଏକାଧିକ ଶୁଭ ବାର୍ତ୍ତା ଆପଣଙ୍କ ମନ ଓ ହୃଦୟକୁ ପ୍ରଫୁଲ୍ଲିତ କରିବ। ଶ୍ରୀଚନ୍ଦ୍ର ଭୋଗ ହେତୁ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ଆର୍ଥିକ ସ୍ଥିତି ପିଛିଳରୁ ସ୍ବଚ୍ଛଳ ହେବାର ସମୟ ଉପସ୍ଥିତ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହେବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
ମୀନ: ନାନା ସୁଖର ଅଧିକାରୀ ହେବେ। ବିଶାଳ ଯଶ ଅର୍ଜନ କରିପାରନ୍ତି। ଦାନାନୁରକ୍ତ ହେବେ। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ମିତ୍ର ଓ ସରକାରୀ ସ୍ତରରୁ ଧନ ଲାଭ ହେବ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories