www.samajalive.in
Saturday, December 13, 2025
18.1 C
Bhubaneswar

ସାତଲହଡ଼ି ମଠ ପୁନରୁଦ୍ଧାର ଅବହେଳା ; ଅଧାରୁ କାମଛାଡ଼ି ପଳାଇଛି ପ୍ରତ୍ନତତ୍ତ୍ବ ବିଭାଗ

ପୁରୀ :  ଓଡ଼ିଆ ଭାଗବତ ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାଧନାପୀଠ ସାତଲହଡ଼ି ମଠ ପୁନରୁଦ୍ଧାର କରିବାରେ ଅବହେଳା କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ଶିଳାନ୍ୟାସ କରାଯିବାର ୯ବର୍ଷ ବିତିଗଲାଣି। ପୁନରୁଦ୍ଧାର କାର୍ଯ୍ୟ ଅଧାରେ ଛାଡ଼ି ଚାଲି ଯାଇଛନ୍ତି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଠିକାଦାର। ଦୁଇଟି ପର୍ଯ୍ୟାୟରେ ମିଳିଥିବା ୧ କୋଟି ୨୦ଲକ୍ଷ ଟଙ୍କାର ସଠିକ ହିସାବ ମିଳୁନାହିଁ। ସାତଲହଡ଼ି ମଠ ପରିସରରେ ଆରମ୍ଭ ହୋଇଥିବା ୧୧ଟି ଭଜନ ମଣ୍ଡପ ନିର୍ମାଣ ଉପରେ ଏପର୍ଯ୍ୟନ୍ତ ଛାତ ପକାଯାଇ ନାହିଁ। ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ସିମେଣ୍ଟ ଖୁଣ୍ଟଗୁଡ଼ିକ ଭାଙ୍ଗିରୁଜି ଗଲାଣି। ମଠ ପରିସରରେ ପରିକ୍ରମା ମାର୍ଗ ନିର୍ମାଣ ଅଧାରେ ଅଟକିଛି। ମୁଖ୍ୟ ପ୍ରବେଶପଥ ନିର୍ମାଣ ଶେଷ ହୋଇନଥିବା ବେଳେ ଦୁଇପାର୍ଶ୍ବରେ ଥିବା ଖାଲି ଜାଗା ଆବର୍ଜନାମୟ​‌େ​ହାଇ ରହିଛି। ପୁରୁଣା ସମ୍ମିଳନୀ କକ୍ଷ ଭଙ୍ଗା ଯାଇଥିଲେ ମଧ୍ୟ ନୂତନ ସମ୍ମିଳନୀ କକ୍ଷ ଏପର୍ଯ୍ୟନ୍ତ ନିର୍ମାଣ କରାଯାଇ ନାହିଁ। ରାଜ୍ୟ ସଂସ୍କୃତି ବିଭାଗ ମଞ୍ଜୁର କରିଥିବା ଅନୁଦାନ ମଧ୍ୟରୁ ଏପର୍ଯ୍ୟନ୍ତ କେତେଟଙ୍କା ଖର୍ଚ୍ଚ କରାଯାଇଛି ଏବଂ କେତେ ଟଙ୍କା ବଳକା ରହିଛି ତା’ର ହିସାବ ଜିଲା ସଂସ୍କୃତି କାର୍ଯ୍ୟାଳୟରେ ନାହିଁ। ଏହି ଐତିହାସିକ ପୀଠର ପୁନରୁଦ୍ଧାର ପାଇଁ ରାଜ୍ୟ ଐତିହ୍ୟ କ୍ୟାବିନେଟ୍‌ରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ପୁରୀ ସମୁଦ୍ରକୂଳରେ ରହିଛି ସାତଲହଡ଼ି ମଠ। ଏହାର ପୁନରୁଦ୍ଧାର ପାଇଁ ୨୦୧୪ ଜାନୁଆରୀ ୪ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ପୁନରୁଦ୍ଧାର ଦାୟିତ୍ବ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗକୁ ଦିଆଯାଇଥିଲା। ଜଣେ ଠିକାଦାର ନିର୍ମାଣ ଦାୟିତ୍ବ ନେଇଥିଲେ। ତେବେ କାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ୨ମାସ ପରେ ହଠାତ ବନ୍ଦ ହୋଇଯାଇଥିଲା। ଏହାପରେ ରାଜ୍ୟ ସଂସ୍କୃତି ବିଭାଗ ଆଉ ୭୦ଲକ୍ଷ ଟଙ୍କା ମଞ୍ଜୁର କରିଥିଲା। ପୁନରୁଦ୍ଧାର ଯୋଜନାରେ ଥିବା ୭ଟି ପ୍ରକଳ୍ପ ମଧ୍ୟରୁ ୫ଟି ଏପର୍ଯ୍ୟନ୍ତ ଅଧାରେ ଅଟକି ରହିଛି। ନିର୍ମାଣ କାର୍ଯ୍ୟ ପାଇଁ ମଠ ଭିତରେ ରଖା ଯାଇଥିବା ଲୁହାଛଡ଼ କଳଙ୍କି ଲାଗି ନଷ୍ଟ ହେଉଛି। ସିମେଣ୍ଟ ବସ୍ତାଗୁଡ଼ିକ ପଥର ହୋଇଗଲାଣି।
ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତିରକ୍ଷା କମିଟିର ସଭାପତି ଭାବେ ପୁରୀ ଜିଲାପାଳ ରହିଛନ୍ତି। ଜିଲା ସଂସ୍କୃତି ଅଧିକାରୀ ସମ୍ପାଦକ ଥିବା ଜଣାପଡ଼ିଛି। ଏହାଛଡ଼ା ପୁରୀର ଆଉ କିଛି ଜଣାଶୁଣା ବ୍ୟକ୍ତିଙ୍କୁ ଏହି କମିଟିରେ ସାମିଲ କରାଯାଇଛି। ଏହାସତ୍ତ୍ବେ ମଠର ସୁରକ୍ଷା ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ କମିଟି ପକ୍ଷରୁ ଏପର୍ଯ୍ୟନ୍ତ ସମୀକ୍ଷା କରାଯାଇ ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories