www.samajalive.in
Friday, December 12, 2025
26.1 C
Bhubaneswar

ସରିଲା ରିମାଣ୍ଡ ଅବଧି, ଶର୍ମିଷ୍ଠାଙ୍କ ପରେ ସତ ମାନିଲେ ନିରଞ୍ଜନ

ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ପରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀ ସତ ମାନିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ତଦନ୍ତରେ ସହଯୋଗ କରୁଥିବା ଓ ସତ ମାନିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି। ଅପରପକ୍ଷରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ଫେବୃଆରୀ ୭ ସନ୍ଧ୍ୟାରେ ସମ୍ପୂର୍ଣ୍ଣ ଅଫିସ ଆସିଥିଲେ ନିରଞ୍ଜନ। ସେତେବେଳେ ଶର୍ମିଷ୍ଠା, ଝୁନା, ଝୁନାର ସ୍ବାମୀ, ରାଜ୍‌ ସେଠାରେ ଥିଲେ। ଜଣେ କମ୍ପ୍ୟୁଟର ଅପରେଟର ଏବଂ ଶର୍ମିଷ୍ଠାର ଭାଉଜ ମଧ୍ୟ ଉପସ୍ଥିତ ଥିଲେ। ଦୟାଲ ଆଶ୍ରମରୁ ମାନସଙ୍କୁ ସମ୍ପୂର୍ଣ୍ଣ ଅଫିସକୁ ଅଣାଯାଇଥିଲା। ସେଠାରେ ନିରଞ୍ଜନ ମଧ୍ୟ ମାନସକୁ ପିଟିଥିଲେ। ରାତି ୧୦ଟା ବେଳକୁ ନିରଞ୍ଜନ ସମ୍ପୂର୍ଣ୍ଣ ଅଫିସରୁ ଚାଲିଯାଇଥିଲେ।
ଆଜି ରିମାଣ୍ଡର ପଞ୍ଚମ ଦିନରେ ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍‌ ଅଫିସର ନିରଞ୍ଜନ ସେଠୀ ଜେରା ବେଳେ କ୍ରାଇମବ୍ରାଞ୍ଚକୁ କହିଛନ୍ତି ଯେ ସେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫେରାର କରାଇଥିଲେ। ଫେରାର ହେବା ପାଇଁ ସେ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ସହିତ ଗାଡ଼ି ଯୋଗାଇ ଦେଇଥିଲେ। ଏହା ପରେ ଶର୍ମିଷ୍ଠା ପ୍ରଥମେ ଯାଜପୁରର କାଳିଆପାଣି ସ୍ଥିତ ତାଙ୍କ ଶାଶୁ ଘରକୁ ପଳାଇ ଯାଇଥିଲେ।

- Advertisement -

ଆଜି ରିମାଣ୍ଡର ପଞ୍ଚମ ଦିନରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ସଂପୂର୍ଣ୍ଣ ଅଫିସ୍‌କୁ ନେଇ ଯାଇଥିଲେ। ସେଠାରେ ଫେବ୍ରୁଆରୀ ୭ ତାରିଖରେ କ’ଣ ସବୁ ଘଟିଥିଲା ତା’ର ଡେମୋ ଦେଖାଇଥିଲେ ଶର୍ମିଷ୍ଠା ଓ ନିରଞ୍ଜନ। ଏହା ସହିତ ଶର୍ମିଷ୍ଠାଙ୍କୁ ସଂପୂର୍ଣ୍ଣ ଅଫିସ୍‌ ପାଖରେ ଥିବା ତାଙ୍କର ଭଡ଼ା ଘରକୁ ନିଆଯାଇଥିଲା। ସେହି ଘରେ ସେ ତାଙ୍କ ମୋବାଇଲ ଛାଡ଼ିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ସେହି ଘରୁ ଶର୍ମିଷ୍ଠାଙ୍କ ମୋବାଇଲଟିକୁ ଜବତ କରାଯାଇଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories