www.samajalive.in
Friday, December 12, 2025
19.1 C
Bhubaneswar

ଆଠବର୍ଷର ଝିଅ ପାଟିରୁ ସବୁଦିନ ପାଇଁ ଲିଭିଯାଇଛି ବାପା ଡାକ- ବିସ୍ଫୋରଣରେ ଚାଲିଗଲା ଗରିବ ଖଟିଖିଆ ଶ୍ରମିକଙ୍କ ଜୀବନ

ହରଭଙ୍ଗା -ପେଟପାଇଁ ଯାଇଥିଲେ କାମ କରିବାକୁ । କୂଅ ଭିତରେ କାମକରୁ କରୁ ବିସ୍ଫୋରଣରେ ଚାଲିଗଲା ଜଣେ ଗରିବ ଖଟିଖିଆ ଘରର ଏକମାତ୍ର ରୋଜଗାରିଆ ପୁଅର ଜୀବନ ।ଏଥିଲା ଗତ ଶୁକ୍ରବାର ଘଟଣା ହରଭଙ୍ଗା ଥାନା ଅର୍ନ୍ତଗତ ଖରଭୁଇଁ ଗ୍ରାମର ସୁରେନ୍ଦ୍ର ବଗର୍ତୀ(୩୦) ଭଲି ଜଣେ ଶ୍ରମିକ ପୁରୁଣାକଟକ ଥାନା ରତନପୁର ଗ୍ରାମକୁ କୂଅ ଖୋଳିବା ପାଇଁ ଯାଇଥିଲେ । କୂଅ ଭିତରେ ପଥର ପଠାଇବା କାମକରୁଥିବାବେଳେ ବିସ୍ଫୋରଣରେ ଚାଲିଗଲା ତାଙ୍କ ଜୀବନ । ଏଣେ ଘରେ ବୃଦ୍ଧ,ବାପା ମାଆ,ପନ୍ତ୍ରୀ ଗୋଟିଏ ଝିଅ ଏବଂ ୨୮ଦିନର ଏକମାତ୍ର ପୁଅ ସୁରେନ୍ଦ୍ରଙ୍କ ବାଟକୁ ଚାହିଁ ବସିଛନ୍ତି । ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ବାପା,ମାଆ ,ପନ୍ତ୍ରୀ ଆଖିରୁ ଲୁହ ଶୁଖୁନି ।

ଅନ୍ୟପଟେ ଆଠବର୍ଷର ଝିଅ ପାଟିରୁ ବାପା ଡାକ ସବୁଦିନ ପାଇଁ ଲିଭିଯାଇଛି । କୋଳରେ ରହିଥିବା ୨୮ଦିନର ପୁତ୍ର ବାପାଙ୍କ ମୁହଁ ଆଉ କେବେ ଦେଖିପାରବନି କି ଡାକିପାରିବନି । ଏଭଳି ଅବସ୍ଥାରେ ଶୋକାକୁଳ ପରିବେଶରେ ମୃତ ଶ୍ରମିକ ସୁରେନ୍ଦ୍ରଙ୍କ ଗାଁ ଶ୍ମଶାନରେ ଶନିବାର ଶବସତ୍କାର ସରିଛି । ତାଙ୍କ ମୃତ୍ୟୁ ଖବର ଗରିବ ପରିବାରକୁ ଯେତିକି ଦୁଃଖ ଦେଇଛି ତାଠାରୁ ଅଧିକ ଦୁଃଖ ଦେଇଛି ସାହି ପଡିଶା,ସାଙ୍ଗ ସାଥି ପ୍ରିୟଜନଙ୍କୁ । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ତାଙ୍କର ଶବବ୍ୟବଛେଦ ଠାରୁ ଆରମ୍ଭ କରି ଶବସତ୍କାର ପର୍ଯ୍ୟନ୍ତ ସବୁକାର୍ଯ୍ୟରେ ସହଯୋଗ କରି ନିଜର ମଣିଷ ପଣିଆର ଆଉ ଏକ ପରିଚୟ ଦେଇଛନ୍ତି ।ତୁରନ୍ତ ମୃତ ଶ୍ରମିକ ପରିବାରଙ୍କୁ ଜିଲ୍ଲାପାଳ ଭେଟି ସରକାରୀ ସହାୟତା ଯୋଗାଇଦେବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହେଉଛି ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories