www.samajalive.in
Monday, December 8, 2025
24.1 C
Bhubaneswar

ରାଜ୍ୟ ବାହାରେ ସାରଥି

ଭୁବନେଶ୍ବର : ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳ ହାଇକୋର୍ଟରୁ ଜାମିନ ମିଳିବା ପରେ ଗତ ଗୁରୁବାର  ସନ୍ଧ୍ୟାରେ କଟକ ଚୌଦ୍ୱାର ଜେଲରୁ ମୁକୁଳିଥିଲେ। ଜେଲରୁ ମୁକୁଳିବାପରେ ସାରଥି ଏବେ ରାଜ୍ୟ ବାହରକୁ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସାରଥି ଏବେ କୋଲକତାରେ ଅଛନ୍ତି। ଏନେଇ ସାରଥିଙ୍କ ଓକିଲ ମାନସ କୁମାର ଚାନ୍ଦ କହିଛନ୍ତି।

୩ ବର୍ଷରୁ ଅଧିକ ସମୟ ଧରି କଟକର ଚୌଦ୍ବାର ଜେଲରେ ସାରଥି ବନ୍ଦୀ ଥିଲେ । ସୋମବାର ତାଙ୍କୁ ସମସ୍ତ ତିନୋଟି ଯାକ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଗୁରୁବାର ନିମ୍ନ ଅଦାଲତ ଆଉ କେତେକ ସର୍ତ୍ତ ସହ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସନ୍ଧ୍ୟାରେ ତାଙ୍କୁ ମୁକ୍ତ କରିବାର ଆଦେଶ ଜେଲରେ ପହଞ୍ଚିବା ପରେ ସାରଥି ଜେଲରୁ ମୁକୁଳିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories