ଦୋଳ ପୂର୍ଣ୍ଣିମା ପାଳନକୁ ନେଇ ପ୍ରସ୍ତୁତି ବୈଠକ

ସାରନଗରୀ: ଦକ୍ଷିଣ ରାଉରକେଲାସ୍ଥିତ ରାଧାକୃଷ୍ଣ ମଣ୍ଡପ ପରିସରରେ ଆସନ୍ତା ମାର୍ଚ୍ଚ ୧୮ତାରିଖରେ ହେବାକୁ ଥିବା ଦୋଳ ପୂର୍ଣ୍ଣିମା ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ ଦକ୍ଷିଣ ରାଉରକେଲା ଯାଦବ ମହାସଂଘ ପକ୍ଷରୁ  ସରୋଜ ବେହେରା (ବୁଢା)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ଉତ୍ସବର ରୂପରେଖ ଓ ଶାନ୍ତିଶୃଖଂଳା ରକ୍ଷା କରିବା ପାଇଁ ଉକ୍ତ ବୈଠକରେ ଆଲୋଚନା ହୋଇଥିଲ।। ଏହି ବୈଠକରେ  ହରିହର ବେହେରା,ଦିବାକର ବେହେରା,ମନୋଜ ଗୌଡ଼,ଦୁର୍ଯ୍ୟଧନ ସେନାପତି,ବାଦଲ ଦାସ,ରମେଶ ଚନ୍ଦ୍ର ବାରିକ,ପ୍ରେମଜିତ ଯାଦବ,ନିରାକର ବେହେରା,ସନ୍ତୋଷ ମହାକୁଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୌତମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

kalyan agarbati

Comments are closed.