www.samajalive.in
Monday, December 8, 2025
20.1 C
Bhubaneswar

ଗ୍ରୀଷ୍ମୠତୁ ପୂର୍ବରୁ ରାମନାଗୁଡାରେ ଦେଖା ଦେଲାଣି ଜଳକଷ୍ଟ

ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ସଦରେ ସ୍ଥାନୀୟ ଅଞ୍ଚଳରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ପୂର୍ବରୁ ଜଳକଷ୍ଟ ଦେଖାଦେଇଛି। ରାମନାଗୁଡ଼ା ସଦରର ମୁଖ୍ୟରାସ୍ତା,ହରିଜନସ।ହି,ତାମ୍ପରଗୁଡ଼ା,ରାମନାଗୁଡାରାମମନ୍ଦିର ସାହି ବାସିନ୍ଦାଙ୍କୁ ବର୍ତ୍ତମାନରୁ ହିଁ ଜଳ କଷ୍ଟ ଭୋଗିବାର ଆରମ୍ଭ ହୋଇଗଲାଣି । ରାଜ୍ୟ ସରକାରଙ୍କ ବସୁଧା ଯୋଜନା ରେ ପାନୀୟ ଜଳ ଯୋଗାଣ ସୁବନ୍ଦୋବସ୍ତ କରାଯାଇ ଘର ଘର ପାନୀୟ ଜଳ ବ୍ୟବସ୍ଥା କରାଯାଉଥିବା ବେଳେ ଯୋଜନା କାର୍ୟ୍ୟକାରୀ ହେଉଥିବା ବେଳେ ଘରକୁ ପାନୀୟ ଜଳ ପହଞ୍ଚି ପାରୁନାହିଁ।
ବ୍ଲକ୍ ଠାରୁ ୫ଶହ ରୁ ,୧ କିଲୋମିଟରରେ ଏପରି ଅବସ୍ଥା , ବିଭିନ୍ନ ପଂଚାୟତର ଗ୍ରାମଞ୍ଚଳ ମାନଙ୍କରେ ପାଣି ସମସ୍ୟା କିପରି ଥିବ ତାହା ଉପାନ୍ତ ଗ୍ରାମ ମାନଙ୍କରେ ପାନୀୟ ଜଳ ଯୋଗାଣ କୁ ନିଜ ଆଖିରେ ନ ଦେଖିଲେ ସହଜରେ ବିଶ୍ୱାସ କରି ହେବନାହିଁ ।ଉକ୍ତ ଜଳକଷ୍ଟ ସମସ୍ୟା ସମ୍ପର୍କରେ ଜଳ ଓ ପରିମଳ ବିଭାଗ ଅଧିନସ୍ତ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଏବଂ ଏସ ଡି ଓ ଙ୍କୁ ଏହି ଅସୁବିଧା କହିଲେ ପରସ୍ପର ପ୍ରତି ଦାୟୀ ଦେଇ ବିଭିନ୍ନ ଆଳ ଦେଖାଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି। । ଏହି ଜଳକଷ୍ଟର ସମସ୍ୟାର ସମାଧାନ ନହେଲେ ଗ୍ରାମବାସିନ୍ଦାମାନେ ଆଗାମୀ ଦିନରେ ପଞ୍ଚାୟତ ସମିତି କାର୍ୟ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି।ଯଥାଶୀଘ୍ର ପାନୀୟ ଜଳ ସମସ୍ୟା ସମାଧାନ ନିମନ୍ତେ ସାଧାରଣରେ ଦାବି ହୋଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories