www.samajalive.in
Saturday, December 6, 2025
23.1 C
Bhubaneswar

୨୨ ବର୍ଷର ଭାରତୀୟ ଯୁବତୀଙ୍କୁ ବାର୍ଷିକ ୪୨.୫ ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ଦେଲା ଆମେରିକା କମ୍ପାନୀ

ଶିମଳା: ହିମାଚଳ ପ୍ରଦେଶ କୁଲୁ ଜିଲାର ସାନ୍ୟା ଢ଼ିଙ୍ଗରାଙ୍କ ବୟସ ମାତ୍ର ୨୨ ବର୍ଷ । ସେ ହମିରପୁର ଏନ୍ଆଇଟିରୁ ବିଟେକ୍ କରିଛନ୍ତି । ଏତିକି ଖବରରେ କିଛି ନୂଆ କଥା ନାହିଁ । ସାନ୍ୟାଙ୍କ ପରି ବହୁ ଝିଅ ଦେଶରେ ଅଛନ୍ତି ଓ ଏନଆଇଟିରୁ ବହୁ ଛାତ୍ରୀ ବିଟେକ୍ କରିଛନ୍ତି । ମାତ୍ର ରୋଚକ ଖବରଟି ହେଉଛି ସାନ୍ୟା ଢ଼ିଙ୍ଗରାଙ୍କୁ ମିଳିଛି ଆମେରିକାର ଏକ କମ୍ପାନୀର ନିଯୁକ୍ତି, ଯେଉଁଥିରେ ତାଙ୍କୁ ବାର୍ଷିକ ୪୨.୫ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିବ । ନିଯୁକ୍ତି ପାଇବା ପରେ ସାନ୍ୟା ଅନଲାଇନରେ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି । ୨୦୨୧ ପର୍ଯ୍ୟନ୍ତ ସେ ଘରୁ କାମ କରିପାରିବେ, କିନ୍ତୁ ଆସନ୍ତାମାସରେ ତାଙ୍କୁ ନୂଆଦିଲ୍ଲୀରେ କମ୍ପାନୀର ପଞ୍ଜିକୃତ କାର୍ଯ୍ୟାଳୟରେ ବିଧିବଦ୍ଧ ଯୋଗଦାନ କରିବାକୁ ପଡ଼ିବ ।

- Advertisement -

କୁଲ୍ଲୁ ଜିଲାର ବାସିନ୍ଦା ସାନ୍ୟା ହିମାଚଳ ପ୍ରଦେଶର ଜିୟା ଗାଁରେ ରହୁଛନ୍ତି । ସୁନ୍ଦରନଗର ମହାବୀର ସ୍କୁଲରେ ସେ ଦ୍ବାଦଶ ପର୍ଯନ୍ତ ପାଠ ପଢ଼ିଛନ୍ତି ଓ ଏହାପରେ ହମିରପୁର ଏନ୍ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିଛନ୍ତି । ଫେବ୍ରୁଆରୀ ମାସରେ ତାଙ୍କର କ୍ୟାମ୍ପସ ସିଲେକ୍ସନ ହୋଇଥିଲା ଓ ଜୁଲାଇ ଶେଷରେ ତାଙ୍କୁ ନିଯୁକ୍ତି ମିଳିଛି । ସାନ୍ୟାଙ୍କ ବାପା ସତୀଶ ଢ଼ିଙ୍ଗରାଙ୍କ ସୂଚନା ଅନୁସାରେ ପଢ଼ା ଶେଷ କରୁକରୁ ବାର୍ଷିକ ୪୨.୫ ଲକ୍ଷ ଟଙ୍କା ଚାକିରିରେ ନିଯୁକ୍ତି ମିଳିବା ଆମ ପାଇଁ ବଡ଼ ଖୁସିର କଥା । ଆମ ଅଞ୍ଚଳରେ ଏତେ ଦରମାରେ କେହି ଚାକିରି ପାଇ ନାହାନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories