ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ସଂସ୍କୃତ ଦିବସ ପାଳିତ
ମାଲକାନଗିରି : ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଓଡ଼ିଶା ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ତରଫରୁ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଲକାନଗିରି ଠାରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ଯୋଗ ଦେଇ ପ୍ରାଚୀନତମ ଦେବ ଭାଷା ଏବଂ ଭାଷାମାନଙ୍କର ଜନନୀ ସଂସ୍କୃତ ଭାଷା ଏକ ଶ୍ରେଷ୍ଠ ଭାଷା । ମାଲକାନଗିରି ଜିଲ୍ଲାର ସଂସ୍କୃତ ଶିକ୍ଷକମାନଙ୍କର ସରକାରୀ ନିୟମ ଆଧାରରେ ଯାହା ମଧ୍ୟ କାର୍ଯ୍ୟ ରହିଛି ବିନା ଦ୍ବିଧାରେ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟବକ୍ତା ଭାବେ ମାଲକାନଗିରି ଜିଲ୍ଲାର ବରିଷ୍ଠ ନାଗରିକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ପ୍ରକାଶ ପଟ୍ଟନାୟକ ଯୋଗ ଦେଇ ସଂସ୍କୃତ ଭାଷା ଏକ ସୁଲଳିତ ଦେବ ଭାଷା ଏବଂ ଭାଷାର ଶିକ୍ଷକ ଶିକ୍ଷୟିତ୍ରୀମାନେ ହିଁ ହେଉଛନ୍ତି ଆମ ସଂସ୍କୃତିର ରକ୍ଷକ। ସରକାରୀସ୍ତରରେ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରି ସେମାନଙ୍କ ଉପଯୁକ୍ତ ଦାବି ପୂରଣ କରିବାକୁ ଅନୁରୋଧ କରିଛନ୍ତି। ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ଭ୍ରମରବର ମଲିକ ଯୋଗ ଦେଇ ସଂସ୍କୃତ ଭାଷାର ସୁରକ୍ଷା ଓ ସଂସ୍କୃତ ଶିକ୍ଷକମାନଙ୍କ ସମସ୍ୟା ଉପସ୍ଥାପନ କରିବା ସହିତ ଏହାର ଆଶୁ ସମାଧାନ କରିବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲାର ବରିଷ୍ଠ ସଂସ୍କୃତ ଶିକ୍ଷକ କରୁଣାକର ମଲିକ ଯୋଗ ଦେଇ ଶିକ୍ଷକମାନଙ୍କର ଏକତା ହିଁ ଆମର ବଳ । ଭାଷା ସୁରକ୍ଷା ଓ ପ୍ରଗତି ଆମ୍ଭମାନଙ୍କର ଦାୟିତ୍ଵ ଉପରେ ଆଲୋକପାତ କରି ନିଜର ପରିଚୟ ନିଜେ ସୃଷ୍ଟି କରିବା ଉଚିତ ବୋଲି କହିଥିଲେ। ସଭାରେ ଜିଲ୍ଲା ସଭାପତି ରଶ୍ମିତା ମହାରଣା ସଭାପତିତ୍ବ କରିଥିଲେ । ରାଜ୍ୟ ଦକ୍ଷିଣ ସମ୍ଭାଗ ସଂଯୋଜକ ପଣ୍ଡିତ ଗୋଦାବରୀଶ ଦାଶ, ଶରତ କୁମାର ଦାଶ, ବାସୁଦେବ ପଣ୍ଡା, ସୁକୁମାର ପଣ୍ଡା, ପ୍ରଭାତ କୁମାର ବେହେରା, ଶୁଭସ୍ମିତା ନନ୍ଦ, ସୁପ୍ରୀତି କର, ରେଣୁବାଳା ସିଆଲ, ମମତା ପରିଡା ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଶେଷରେ ପଣ୍ଡିତ ସୁକୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.