www.samajalive.in
Saturday, December 6, 2025
26.1 C
Bhubaneswar

୧୦ ଦିନିଆ ରିମାଣ୍ଡରେ ଗଲେ ଶାଜାହାନ ଶେଖ୍‍

କୋଲକାତା: ଇଡ଼ି ଟିମ୍‍ ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ଟିଏମସି ନେତା ଶାଜାହାନ୍‍ ଶେଖଙ୍କୁ କୋର୍ଟରେ ହାଜର ହେବା ପରେ ପୁଲିସ ତାଙ୍କୁ ୧୦ଦିନିଆ ରିମାଣ୍ଡରେ ନେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ପୁଲିସ ଶାଜାହାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଥିଲା। ପୁଲିସ କୋର୍ଟକୁ ୧୪ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା, ହେଲେ କୋର୍ଟ ୧୦ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି। ଗୁରୁବାର ସକାଳୁ ଶାଜାହାନଙ୍କୁ ଗିରଫ କରାଯିବା ପରେ ଦିନ ୧୧ଟାରେ ବଶିରହାଟ କୋର୍ଟରେ ହାଜର କରିଥିଲା। ସନ୍ଦେଶଖାଲି ହିଂସା ମାମଲାର ଓ ମହିଳାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ପୁଲିସ ଶାଜାହାନଙ୍କୁ ଗିରଫ କରିଥିଲା। ମାଷ୍ଟରମାଇଣ୍ଡ ଗିରଫ ହେବା ପରେ ଟିଏମସିକୁ ଟାର୍ଗେଟ କରିଛି ବିଜେପି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories