ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଭାଲିଆଡିହା ନିକଟରେ ଏକ ଯାତ୍ରୀବାହୀ ଅଟୋରେ ଗୋଟିଏ ବସ୍ତାରେ ଭର୍ତ୍ତି କରି ଚନ୍ଦନ କାଠ ଚୋରା ଚାଲାଣ କରାଯାଉଥିବା ସମୟରେ ପାଟଣା ବନ ବିଭାଗ ଏହି ଅଟୋଟିକୁ ଜବତ କରିଛି। ଏହା ସହ ଟିକେଶ୍ୱର ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ ଓ ପାଟଣା ବନପାଳ ମୋହିନୀ ମହାନ୍ତଙ୍କ ଚଢାଉ ସମୟରେ ଏହି ଅଟୋରୁ ଆଉ ଜଣେ ବ୍ୟକ୍ତି ଦୌଡ଼ି ପଳାଇ ଯାଇଥିବା ଜଣାପଡ଼ିଛି।
Popular Categories



