www.samajalive.in
Saturday, December 6, 2025
26.1 C
Bhubaneswar

ଦୀର୍ଘ ବର୍ଷ ଦାବୀ ହେବ ପୁରଣ ; ବେହେରେନସିଲେଟ ଗାଁକୁ ହେବ ପକ୍କା ରାସ୍ତା 

କଣ୍ଟାବାଞ୍ଜି : ଦୀର୍ଘ ବର୍ଷର ଦାବି ପୂରଣ ହେବ । ଗାଁକୁ ହେବ ପକ୍କା ରାସ୍ତା । ଆଉ ଗାଁ ଲୋକଙ୍କୁ ରାସ୍ତା ପାଇଁ ହିନସ୍ତା ହେବାକୁ ପଡିବ ନାହିଁ । ଲୋକେ ପକ୍କା ରାସ୍ତା ଦେଇ ଆରାମରେ ସହରକୁ ଯିବା ଆସିବା କରିବେ । ରାସ୍ତା ପାଇଁ ଗାଁ ଲୋକଙ୍କୁ ଯିବା ଆସିବାରେ ଯାହା ସବୁ ଅସୁବିଧା ହେଉଥଲା ତାହା ସବୁ ଦୁର ହୋଇଯିବ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବେହେରେନସିଲେଟ ଗାଁକୁ ପକ୍କା ରାସ୍ତା ତିଆରି ଦାବି ନେଇ ଦୀର୍ଘ ବର୍ଷରୁ ଦାବି କରି ଆସୁଥିବା ସ୍ୱେଚ୍ଛାସେବୀ ଲିମାଇଁ ଚରଣ ଓରଫ ରୋହନ ମହତ ଏଭଲି ସୁଚନା ଦେଇଛନ୍ତି ।
ରାସ୍ତା ନିର୍ମାଣ ପାଇଁ ସେ ଅନେକ ଥର ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବେହେରେନସିଲେଟ ଗାଁ ଲୋକଙ୍କ ସହଯୋଗରେ କଣ୍ଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ୭ ଦିନ ପର୍ୟ୍ୟନ୍ତ ଅନଶନ ବସିଥିଲେ । ସେହି ସମୟରେ ଥିବା ଟିଟିଲାଗଡ ଉପଜିଲ୍ଲାପାଳ ସୁଧାକର ନାଏକ ଆସି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ବାରମ୍ବାର ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଗାଁର ନାର୍ୟ୍ୟ ଦାବି ପାଇଁ ଆନ୍ଦୋଳନ କରି ଶେଷରେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ରୋହାନ ମହତ । ହାଇକୋର୍ଟର ଆଇନଜିବି ଆଶିଷ କୁମାର ମିଶ୍ରଙ୍କ ସହଯୋଗରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ରାସ୍ତାକୁ ନେଇ ବଲାଙ୍ଗିର ଜିଲ୍ଲାପାଳ ଅକ୍ଟୋବର ୧୧ ରୁ ୧୮ ତାରିଖ ସୁଦ୍ଧା ଜନସ୍ୱାର୍ଥ ମାମଲା ଦାୟର କରିଥିବା ସ୍ୱେଚ୍ଛାସେବୀ ରୋହନ ମହତକୁ ନିଜ ଅଫିସକୁ ଡକାଇ ରାସ୍ତା ନିର୍ମାଣକୁ ନେଇ ନିଷ୍ପତି ନେବାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୁରଲିଧର ଓ ବିଚାରପତି ବି.ପି. ରାଉତରାଏ ଖଣ୍ଡପୀଠରେ ନିର୍ଦେଶ ଦେଇଛନ୍ତି । କୋର୍ଟରୁ ଏଭଳି ଆଦେଶ ଆସିବାରୁ ସ୍ୱେଚ୍ଛାସେବି ରୋହନ ମହତଙ୍କ ଗାଁରେ ଖୁସିର ଲହରି ଖେଲି ଯାଇଛି । ଗାଁକୁ ଏଥର ନିଶ୍ଚିତ ଭାବେ ପକ୍କା ରାସ୍ତା ନିର୍ମାଣ ହେବ ବୋଲି ଗାଁ ଲୋକ ଆଶା ବାନ୍ଧିଛନ୍ତି । ଆଉ ସାମାନ୍ୟ ବର୍ଷାରେ ରାସ୍ତା କାଦୁଅ ପଚପଚ ହେବ ନାହିଁ ଗାଁ ଲୋକ ଆରାମରେ ଯିବା ଆସିବା କରି ପାରିବେ ବୋଲି ଗାଁ ଲୋକ କହିଛନ୍ତି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories