ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଢୁଛି ଚିନ୍ତା, ସୁରକ୍ଷା ଖୋଜୁଛି ସାମୁଦ୍ରିକ ଥାନା
ବାସୁଦେବପୁର : ଅଶାନ୍ତ ବାଲାଁଦେଶ । ଛନକା ପଶୁଛି ବଙ୍ଗୋପସାଗର ଉପକୂଳ ବାସୁଦେବପୁର ଅଞ୍ଚଳରେ । ପୁର୍ବରୁ ବାସୁଦେବପୁର ବ୍ଲକ ଅଧିନ କେତୋଟି ପଞ୍ଚାୟତରେ ରହିଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ରାଜନୈତିକ ଅନୁକମ୍ପାରେ ଭୋଟ ବ୍ୟାଙ୍କ ପାଇଁ ଏବେ ସ୍ଥାୟୀ ବାସିନ୍ଦା ଭାବରେ ରହିଥିବା ବେଳେ ସରକାରୀ କାଗଜପତ୍ରରେ ସଂଖ୍ୟା କମିବାରେ ଲାଗିଛି । ନାଇକାଣିଡିହ ଥାନା ଅଞ୍ଚଳରେ ଏକଶହରୁ ଉର୍ଦ୍ଧ ଅନୁପ୍ରବେଶକାରୀ ରହିଥିବା ବେଳେ କଷିଆ ସାମୁଦ୍ରିକ ଥାନା ଅଞ୍ଚଳରେ ଏକଶହରୁ କମ ରହିଥିବା ଜାଣିବାକୁ ମିଳିଛି । ୨୦୧୪ ମସିହାରେ ହୋଇଥିବା ସର୍ଭେ ଅନୁଯାଇ, ୧୯୭୧ ମସିହା ପରଠାରୁ ବାସୁଦେବପୁର ଅଞ୍ଚଳରେ ୧୧୪ ଜଣ ଅନୁପ୍ରବେଶକାରୀ ରହିଥିବା ୨୦୧୪ ମସିହା ଜୁଲାଇ ସାତ ତାରିଖ ୧୭ ଚିଠି ନଂ ୧୭୪୯ଥିବା ଅନୁସାରେ ଜିଲ୍ଲା ପ୍ରଶାସନକୁ ତହସିଲ ପ୍ରଶାସନ ଅବଗତ କରାଇଥିଲେ ।
୨୦୨୨ ମସିହା ଚିଠି ନଂ ୩୧୫୭ ଅନୁଯାଇ ୧୫୭ଜଣ ଅନୁପ୍ରବେଶକାରୀ ରହିଥିବା ତହସିଲ ପଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା । ୨୦୨୨ ମସିହା ସର୍ଭେ ସମୟରେ ପୁର୍ବରୁ ଆସିଥିବା ଅନୁପ୍ରବେଶକାରୀ ବାସୁଦେବପୁର ତହସିଲ ଅଞ୍ଚଳର ସ୍ଥାୟୀ ବାସିନ୍ଦା ଭାବରେ ଆଧାରକାର୍ଡ ଓ ଭୋଟର କାର୍ଡ ହାତେଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି । ଉପକୂଳ ସୁରକ୍ଷା ପାଇଁ ଗଢି ଉଠିଛି ଦୁଇଗୋଟି ସାମୁଦ୍ରିକ ଥାନା । ବାତ୍ୟା ଆଶ୍ରୟସ୍ଥଳୀ କଷିଆ ସାମୁଦ୍ରିକ ଥାନାର ଠିକଣା ସାଜିଛି । ଚୂଡାମଣୀ ସାମୁଦ୍ରିକ ଥାନା ଓ କଷିଆ ସାମୁଦ୍ରିକ ଥାନାରେ ଜଣେ ଥାନାଧିକାରୀ, ତିନିଜଣ ଏସଆଇ,ତିନିଜଣଏଏସଆଇ,୨୪ କନେଷ୍ଟବଳ ଓ ହାବିଲଦାର ଆଠଜଣଙ୍କୁ ନେଇ ୩୯ଜଣ କର୍ମଚାରୀ ରହିବା ବ୍ୟବସ୍ଥା ଥିବା ବେଳେ ମାତ୍ର ନଅଜଣ ଲେଖାଏଁ କର୍ମଚାରୀଙ୍କୁ ନେଇ ଚାଲିଛି ଦୁଇଗୋଟି ସାମୁଦ୍ରିକ ଥାନା । ଏପରିକି ସାମୁଦ୍ରିକ ଥାନା କର୍ମଚାରୀମାନଙ୍କ ପାଇଁ ଆବଶ୍ୟକ ଷ୍ଟାପ କ୍ୱାଟର ନଥିବା ବେଳେ ଦୁଇଗୋଟି ଥାନାର ଥାନାଧିକାରିଣୀ ଥାନା ଠାରୁ ବହୁ ଦୁରରେ ରହୁଥିବା ଜାଣିବାକୁ ମିଳିଛି ।
ଏଥି ସହିତ ସାମୁଦ୍ରିକ ପଇଁତରା ପାଇଁ ବୋଟ ଯୋଗାଇ ଦିଆଯାଇନାହିଁ । ସାମୁଦ୍ରିକ ପଇଁତରା ପାଇଁ ଏହି ଦୁଇଗୋଟି ଥାନାରେ ଥିବା କର୍ମଚାରୀମାନଙ୍କୁ ଆବଶ୍ୟକ ଟ୍ରେନିଂ ଦିଆଇନଥିବା ଶୁଣିବାକୁ ମିଳୁଛି । କଷିଆ ଓ ଚୂଡାମଣୀ ଦୁଇଗୋଟି ଥାନା ଧାମରା ସାମୁଦ୍ରିକ ଥାନା ଉପରେ ମେରାଇନ ଡ୍ୟୁଟିକୁ ନେଇ ନିର୍ଭର କରୁଥିବା ଜାଣିବାକୁ ମିଳିଛି । ଅନ୍ୟପଟେ ଅନୁପ୍ରବେଶକାରୀଙ୍କୁ ରୋକିବା ଓ ସାମୁଦ୍ରିକ ତଟ ସୁରକ୍ଷା ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇପାରିନଥିବା ଜାଣିବାକୁ ମିଳିଛି । ଯାହାଫଳରେ ଏବେ ସୁରକ୍ଷା ଦେବା ବଦଳରେ ସୁରକ୍ଷା ଖୋଜୁଛି ସାମୁଦ୍ରିକ ଥାନା ।
ପୁରୀରେ କାର୍ଯ୍ୟକାରୀ ହେବ ଉଚ୍ଚ-ଗୁଣାତ୍ମକ ରୋଗୀକୈନ୍ଦ୍ରିକ ଏକିକୃତ ମଡେଲ
Comments are closed.