ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଜାମଝୁରି ଗ୍ରାମର ସବିତା ମଲ୍ଲିକଙ୍କ ଘର ଉପରେ ଉପୁଡ଼ି ପଡ଼ିଛି ଏକ ବିରାଟ ଗଛ। ପ୍ରବଳ ବର୍ଷା ପବନ ଯୋଗୁ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଘରଟି କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ପରିବାରର ୫ ସଦସ୍ୟ ଘର ବାହାରେ ଥିବାରୁ ସେମାନଙ୍କ ଜୀବନ ବର୍ତ୍ତିଯାଇଛି।
ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଘର ନିକଟରେ ଥିବା ଏକ ବିରାଟ ବରଗଛ ହଠାତ ଘର ଉପରେ ଟଳି ପଡିଥିଲା। ଗଛ ପଡ଼ିବାର ଶବ୍ଦ ପାଇ ଗାଁରେ ଥିବା ଲୋକେ ସବିତାଙ୍କ ଘର ନିକଟକୁ ଚାଲିଆସିଥିଲେ। ହେଲେ ସବିତା କି ତାଙ୍କ ପରିବାରର ଅନ୍ୟ ସଦସ୍ୟ କେହି ଘରେ ନ ଥିଲେ। ଖବରପାଇ ଖଜୁରୀପଡା ଅଗ୍ନିସେବା କେନ୍ଦ୍ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ସଫା କରିଥିଲେ।



