www.samajalive.in
Wednesday, December 10, 2025
16.1 C
Bhubaneswar

ସାମସଙ୍ଗ ଆଣିଲା ନୂଆ ମଡେଲ, କମ୍ ଦାମରେ ବହୁତ ଫିଚର୍

ନୂଆଦିଲ୍ଲୀ : ସାମସଙ୍ଗ ନିଜ ନୂଆ ସ୍ମାର୍ଟଫୋନ ବଜାରକୁ ନେଇଆସିଛି । ଏହା ଗାଲାକ୍ସି ଏମ-ସିରିଜର ଏମ ୩୫ । ଏହି ସ୍ମାର୍ଟଫୋନ୍ ବଡ ବ୍ୟାଟେରୀ, ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ବିଶିଷ୍ଟ ଆମୋଲେଡ୍ ଡିସପ୍ଲେ ଓ ଗ୍ୟାଲେକ୍ସି ଓ୍ବାଲେଟ୍ ଭଳି ଫିଚର୍ସ ସହିତ ଆସିଥାଏ । ଫୋନରେ ଏନଏଫସିର ମଧ୍ୟ ସପୋର୍ଟ ମିଳିଥାଏ ।

ସାମସଙ୍ଗର ଏହି ଫୋନ୍ ମିଡ୍ ରେଞ୍ଜ ବଜେଟରେ ଆସିଥାଏ । କମ୍ପାନୀ ଏହାକୁ ୩ କନଫିଗ୍ରେସନରେ ଲଞ୍ଚ୍ କରିଥିଲା । ଏହା ସହିତ ବ୍ରାଣ୍ଡ୍ ଏଥିରେ ବ୍ୟାଙ୍କ ରିହାତି ଏବଂ ଅନ୍ୟ ଅଫର ମଧ୍ୟ ଦେଉଛି । ଫୋନରେ ୬.୬ ଇଞ୍ଚର ସୁପର ଆମୋଲେଡ୍ ଡିସପ୍ଲେ ମିଳିବ ଯାହା ଫୁଲଏଚଡି ପ୍ଲସ୍ ରିଜୋଲ୍ୟୁସନ, ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ସପୋର୍ଟ ଓ ୧୦୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ସହିତ ଆସିଥାଏ । ସ୍କ୍ରିନର ପ୍ରୋଟେକ୍ସନ ପାଇଁ ଗରିଲା ଗ୍ଲାସ୍ ଭିକ୍ଟସ ପ୍ଲସର ବ୍ୟବହାର କରାଯାଇଛି ।

- Advertisement -

ଏଥିରେ ୮ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ ମିଳିବ । ଫୋନରେ ରିୟର କ୍ୟାମେରା ସେଟଅପ୍ ମିଳିବ ଯାହାର ପ୍ରାଇମେରୀ ଲେନ୍ସ ୫୦ ଏମପି । ଏହା ବ୍ୟତୀତ ୮ ଏମପିର ଅଲ୍ଟ୍ରା ଓ୍ବାଇଡ୍ ଏବଂ ୨ ଏମପିର ମାକ୍ରୋ ଲେନ୍ସ ମିଳିବ । ଫ୍ରଣ୍ଟରେ ୧୩ ଏମପିର କ୍ୟାମେରା ଲେନ୍ସ ରହିଛି । ଏହାର ୬ ଓ ୧୨୮ ଜିବି ଭେରିଏଣ୍ଟର ଦାମ୍ ୧୯,୯୯୯ ଟଙ୍କା ଥିବାବେଳେ ୮ ଜିବି ଓ ୧୨୮ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଦାମ୍ ୨୧,୪୯୯ ଟଙ୍କା ରହିଛି । ସେହିଭଳି ୮ ଓ ୨୫୬ ଜିବି ଭେରିଏଣ୍ଟର ଦାମ୍ ୨୪,୪୯୯ ଟଙ୍କା ରଖିଛି କମ୍ପାନୀ । ଏହାକୁ ଗ୍ରାହକ ଆମାଜନ ଓ ସାମସଙ୍ଗର ଓ୍ବେସାଇଟରୁ କ୍ରୟ କରିପାରିବେ ।

କାଲିଠୁ କଳାବ୍ୟାଜ୍‍ ପିନ୍ଧି ପ୍ରତିବାଦ, ସମାଧାନ ନହେଲେ ୨୪ରୁ ଆନ୍ଦୋଳନ

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories