www.samajalive.in
Saturday, December 6, 2025
26.1 C
Bhubaneswar

ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮)ରେ ମିଳିବ ୬ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ସାମସଙ୍ଗର ୪ରିୟର କ୍ୟାମେରା ଥିବା ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮) ଫୋନରେ ପୁଣିଥରେ ରିଆତି ମିଳିବ। ଏହା ପୂର୍ବରୁ ଏହି ଫୋନରେ ରିଆତି ଦିିଆଯାଇଥିଲା। ଯାହାଦ୍ୱାରା ଫୋନର ମୂଲ୍ୟ ୩୬,୯୯୯ଟଙ୍କାରୁ କମି ୩୩,୯୯୦ଟଙ୍କା ହୋଇଯାଇଥିଲା। ଏବେ ଏହି ଫୋନର ମୂଲ୍ୟ ୩୦,୯୯୦ଟଙ୍କା ହୋଇଯାଇଛି। ଏହି ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋ ୮.୧ ଏବଂ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ସୁପର ଏମୋଲେଡ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୨୮୦ପିକ୍ସଲ ରହିଛି। ଏହାବ୍ୟତୀତ ଏହି ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୬୬୦ପ୍ରୋସେସର, ୬ଜିବି/୯୮ଜିବି ରାମ ଏବଂ ୧୨୮ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୫୧୨ଜିବି ପର୍ଯ୍ୟନ୍ତ ବଢାଇପାରିବେ।

courtesy-onlineshoppingkenya

ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮)ର କ୍ୟାମେରା
ସାମସଙ୍ଗ ଗାଳାକ୍ସି ଏ-୯(୨୦୧୮)ରେ ୪ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୨୪ମେଗାପିକ୍ସେଲର ରହିଛି। ଯାହାର ଅଫର୍ଚର ଏଫ୍‍/୧.୭ରହିଛି। ଅନ୍ୟ ଲେନ୍ସଟି ୧୦ମେଗାପିକ୍ସେଲର ଟେଲିଫଟୋ ରହିଛି। ଯେଉଁଥିରୁୂ ୨ଏକ୍ସ ଅକ୍ଟିକାଲ ଜୁମ ମିଳିଥାଏ। ତୃତୀୟ ଲେନ୍ସଟି ୮ମେଗାପିକ୍ସେଲର ଅଲ୍ଟ୍‍ା ୱାଇଡ ଆଙ୍ଗଲ ଏବଂ ଚତୁର୍ଥ ଲେନ୍ସଟି ୫ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୨୪ମେଗାପିକ୍ସେଲର ରହିଛି।

- Advertisement -
courtesy-gizbot

ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮)ରେ ୩୮୦୦ଏମ୍‍ଏଚର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହାବ୍ୟତୀତ ଫୋନରେ ସଂଯୋଗ ପାଇଁ ୪ଜି ଭୋଲଟିଇ, ବ୍ଲୁଟୁଥ ଭି ୫.୦, ୟୁଏସବି ଟାଇପ୍‍-ସି, ଏନଏଫସି ଏବଂ ୩.୫ଏମ୍‍ଏମର ହେଡଫୋନ ଜ୍ୟାକ୍‍ ମିଳିବ। ଫୋନର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୩୦,୯୯୦ଟଙ୍କା ଏବଂ ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୩୩,୦୦୦ଟଙ୍କା। ଫୋନକୁ ସାମସଙ୍ଗର ଅନଲାଇନ୍‍ ଷ୍ଟୋର, ଏୟାରଟେଲ ଷ୍ଟୋର, ଆମାଜନ, ପେଟିଏମ୍‍ ମଲ ଏବଂ ଫ୍ଲିପକାର୍ଟ ଏବଂ ଅଫଲାଇନ୍‍ ଷ୍ଟୋରରୁ କିଣିପାରିବେ। ଫୋନକୁ କିଣିବା ପାଇଁ ଏଚଡିଏଫସିର କ୍ରେଡିଟ ଏବଂ ଟେବିଟ କାର୍ଡରେ ପେମେଣ୍ଟ କରିବାଦ୍ୱାରା ୩,୦୦୦ଟଙ୍କାର ରିଆତି ମିଳିବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories