www.samajalive.in
Saturday, December 6, 2025
23.1 C
Bhubaneswar

ସବୁ ଘରୋଇ ହସ୍ପିଟାଲରେ ନମୁନା ପରୀକ୍ଷା କରାଯାଇପାରିବ: ଏସିଏସ୍‌

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତଗତି ରେ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ସବୁ ଘରୋଇ ହସ୍ପିଟାଲ୍, ନର୍ସିଂହୋମ ଏବଂ କ୍ଲିନିକ୍ ଗୁଡିକ ଅଇସିଏମ୍ଆର ଗାଇଡଲାଇନ ଅନୁଯାୟୀ ଆଣ୍ଟିଜେନ୍ ଏବଂ ଆରଟି ପିସିଆର୍ କରାଇ ପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନସଚିବ ପ୍ରଦୀପ୍ତ କୁମାର ମହପାତ୍ର ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତ ରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ସବୁ ଘରୋଇ ହସ୍ପିଟାଲ୍ ଏବଂ କ୍ଲିନିକକୁ ଜାରି କରାଯାଇଛି।

ଏଥିରେ ଦର୍ଶାଯାଇଛି ଯେ ଘରୋଇ ଚିକିତ୍ସାଳୟ ଏବଂ କ୍ଲିନିକ ଗୁଡ଼ିକ ଓଡିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ (କଣ୍ଟ୍ରୋଲ୍ ଆଣ୍ଡ ରେଗୁଲେସନ୍) ଆକ୍ଟ, ୧୯୯୦ ଅନୁଯାୟୀ କୋଭିଡ୍-୧୯ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ଲାଗି ଲ୍ୟାବ୍ ପ୍ରତିଷ୍ଠା କରିପାରିବେ। ଏଥିପାଇଁ ଘରୋଇ ଚିକିତ୍ସାଳୟରେ ଯେଉଁ ମାନଙ୍କୁ ନିୟୋଜିତ କରିବେ ସେମାନେ ତାଲିମ ପ୍ରାପ୍ତ ହୋଇଥିବେ।

- Advertisement -

ସେମାନେ ସମ୍ପୃକ୍ତ ଜିଲାର ସିଡିଏମ୍ ଏବଂ ପିଏଚ୍ଓ ସହିତ ଯୋଗ ସୂତ୍ର ରକ୍ଷା କରି ପରୀକ୍ଷା କରିବେ। ଯେଉଁଠାରେ ସାଧାରଣ ଲୋକଙ୍କ ଠାରୁ ସ୍ୱାବ ପରୀକ୍ଷା କରାଯିବ ତାହା ଚିକିତ୍ସାଳୟ ପରିସରରେ ଥିବ ଏବଂ ଆଇସି ଏମ୍ ଆର ଗାଇଡଲାଇନ ଅନୁସରଣ କରୁଥିବ। ପ୍ରତେକ୍ ନମୁନା ପରୀକ୍ଷା ରିପୋର୍ଟକୁ ଆଇ ସି ଏମ ଆର ପୋର୍ଟାଲ୍ ରେ ଉପଲବ୍ଧ କରାଇବାକୁ ନିର୍ଦେଶ ଦିଆଯାଇଛି।

ଏହା ସହିତ ନମୁନା ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଥମେ ପଠାଇବେ ଏବଂ ୨୪ ଘଣ୍ଟା ଭିତରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଘରୋଇ ଚିକିତ୍ସାଳୟ ପଠାଇବେ । ନମୁନା ପରୀକ୍ଷା ବାବଦକୁ ଲୋକଙ୍କଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଦର ଅନୁଯାୟୀ ୪୫୦ ଟଙ୍କା ଗ୍ରହଣ କରିବେ । ଏହାଠାରୁ ଅଧିକ ଅର୍ଥ ଚିକିତ୍ସାଳୟ କତୃପକ୍ଷ କୌଣସି ବ୍ୟକ୍ତିଙ୍କଠାରୁ ଦାବି କରି ପାରିବେ ନାହିଁ ବୋଲି କୁହାଯାଇଛି।

ଉକ୍ତ ନମୂନା ପରୀକ୍ଷା ରିପୋର୍ଟ ଅପଲୋଡ଼ କରିବା ବେଳେ ଆଡିସନାଲ୍ ଡି ଏଏମଟି ଙ୍କୁ ଯୋଗାଯୋଗ କରିପାରିବେ।  ସେହିପରି ଯେଉଁ ଘରୋଇ ଚିିତ୍ସାଳୟରେ ଆରଟି ପିସିଆର୍ ପଦ୍ଧତିରେ ସେମାନେ ଏନ୍ଏଡିଏଲ୍ଏ ରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ, ନଚେତ୍ କ୍ଲିନିକ ପକ୍ଷରୁ ଏ ସଂକ୍ରାନ୍ତରେ ଆଇ ସି ଏମ ଆର ୱେବ୍ ସାଇଟ୍ ରେ ଆବେଦନ କରିପାରିବେ। ଆଇ ସି ଏମ ଆର ଗାଇଡଲାଇନ ଅନୁଯାୟୀ ଘରୋଇ ହସ୍ପିଟାଲ୍ ନମୂନା ପରୀକ୍ଷା କରାଇବେ ଏବଂ ଆଇ ସି ଏମ ଆର ସମସ୍ତ ମାର୍ଗଦର୍ଶକା ପାଳନ କରିବା କୁ ଉପସଚିବ ରାଜେଶ କୁମାର ଅଗ୍ରୱାଲ ପତ୍ର ଲେଖି ଅନୁରୋଧ କରିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories