କୁମାରପୂର୍ଣ୍ଣିମା ପାଇଁ ମାଁ ସମଲେଶ୍ୱରୀ ମନ୍ଦିରରେ କାର୍ଯ୍ୟ ନିର୍ଘଣ୍ଟ
ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ଆସନ୍ତା ୨୮ ତାରିଖ ଶନିବାର କୁମାରପୁର୍ଣ୍ଣିମା ପାଇଁ ବୁଧବାର କାର୍ଯ୍ୟ ନିର୍ଘଣ୍ଟ କରାଯାଇଛି । ଚଳିତ ବର୍ଷ କୁମାର ପୁର୍ଣ୍ଣିମା ଅବସରରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏଥି ପାଇଁ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ପୂଜକ ଅମ୍ବିକା ରାୟ ଓ ଅନ୍ୟ ପୂଜକ ମାନଙ୍କ ସମେତ ଟ୍ରଷ୍ଟ ବୋର୍ଡର ସଦସ୍ୟ ମାନଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ବୈଠକ କରାଯାଇ ଚଳିତ ବର୍ଷ ପାଇଁ କାର୍ଯ୍ୟ ନିର୍ଘଣ୍ଟ କରାଯାଇଛି । ଶନିବାର ପ୍ରାତଃ ନୀତିକାନ୍ତି ଓ ମଙ୍ଗଳ ଆଳତି ସକାଳ ୫ଟା, ସାଧାରଣ ଦର୍ଶନ ସକାଳ ୬ଟାରୁ ଦିବା ୧୧ଟା ୪୫ ମିନିଟ, ଦିବା ୧୧ଟା ୪୫ ମିନିଟରୁ ଦିବା ୨ ଘଣ୍ଟା ମଧ୍ୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ମାଁ ଙ୍କ ଅନ୍ନଭୋଗ, ଶୃଙ୍ଗାର ଓ ରାଜ ରାଜେଶ୍ୱରୀ ବେଶ ଏବଂ ମନ୍ଦିରରେ ଧ୍ୱଜାରୋହଣ ପର୍ବ ଓ ମହାଦୀପ ଉଠିବ। ଅପରାହ୍ନ ୨ଟାରୁ ଅପରାହ୍ନ ୩ଟା ୧୫ ମିନିଟ ପର୍ଯ୍ୟନ୍ତ ଭକ୍ତ ମାନେ ଦର୍ଶନ କରି ପାରିବେ। ଏହା ପରେ ଚନ୍ଦ୍ରଗ୍ରହଣ ପାଇଁ ମନ୍ଦିର ବନ୍ଦ ରହିବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.