BJD Bijuli 480×75 Mob

ଆମ ପରିବାର ସାମାଜିକ ଅନୁଷ୍ଠାନ ପକ୍ଷରୁ ‘ସମ୍ବଲପୁରୀ ଦିନ୍’

ପଦ୍ମଶ୍ରୀ ପ୍ରାପ୍ତ ହଳଧର ନାଗଙ୍କ ପାଦର ତାଳେ ତାଳେ ଦୁଲୁକିଲା ମଞ୍ଚ

BJD Bijuli 480×75 Mob

ରେଙ୍ଗାଲିକ୍ୟାମ୍ପ: ଆଜି ସମ୍ବଲପୁରୀ ଦିବସ। ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସ୍ୱର୍ଗତଃ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ। ସମ୍ବଲପୁର ଭାଷା ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ୨୦୧୩ରୁ ଏହି ଦିବସ ଭାବେ ପାଳନ କରାଯାଉଛି।
ପ୍ରତିବର୍ଷ ଏହି ଅବସରରେ ପୂରା ପଶ୍ଚିମାଞ୍ଚଳ ଉତ୍ସବମୁଖର ହୋଇପଡ଼େ। ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତିଟି ମଣିଷ ଏହିଦିନ ସମ୍ବଲପୁରୀ ବସ୍ତ୍ର ଏବଂ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଏହି ଦିବସ ପାଳନ କରିଥାନ୍ତି। ସମ୍ବଲପୁରୀ କଲା ସଂସ୍କୃତି ପରମ୍ପରା ଅତି ନିଆରା। ଅଧିଷ୍ଠାତ୍ରୀ ମହାଦେବୀ ମାଁ ସମଲେଇ ଙ୍କ ଅପାର କରୁଣାରୁ ଏଠାକାର ପର୍ବପର୍ବାଣି ଜାନି ଯାତରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ। ଧନୁଯାତ୍ରା, ଶିତଳଶଷ୍ଠୀ, ନୂଆଖାଇ, ପୁସପୁନି ପରି ପ୍ରସିଦ୍ଧ ମୁଖ୍ୟ ଉତ୍ସବ ପାଇଁ ଏ ମାଟି ଗର୍ବିତ। ଏହି ପରିପ୍ରେଷୀରେ ବରଗଡ଼ ଜିଲ୍ଲା ଅତାବିରା ଜାତୀୟ ରାଜପଥ କଡ଼ରେ ଥିବା ଅଗ୍ରସେନ ଭବନଠାରେ ‘ଆମ ପରିବାର ସାମାଜିକ ଅନୁଷ୍ଠାନ‘ ତରଫରୁ ସମ୍ବଲପୁରୀ ଦିନକୁ ଖୁବ ଧୁମଧାମରେ ପାଳନ କରାଯାଇଛି। ଏହି ଅବସରରେ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ହଳଧର ନାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଜିଲ୍ଲା କଳା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟନ ପଣ୍ଡା, ଡଃ ଶଙ୍କର ରାମଚନ୍ଦାନି ଭିସୁଟ ବୁର୍ଲା, ସୁଶିଲ ମେହେର,ପର୍ବତାରୋହୀ ଲିପିକା ସେଠ୍, ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ ଓ ବିଶିଷ୍ଟ ବାଦ୍ୟକାର ଚୂଡାମଣି ପ୍ରଧାନ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ପ୍ରଥମେ ମାଁ ସମଲେଇଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆମ ପରିବାର ର ସାମ୍ବାଦିକ ନବିନ ଦାଶଙ୍କ ସଭାପତିତ୍ୱରେ ଏବଂ ଲରମ୍ଭାର ଓଡିଆ ଅଧ୍ୟାପକ ଅଜିତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅନୁଷ୍ଠାନ ର ସମ୍ପାଦକ ଅମୃତ ବାରିକ୍ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତାବିରା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ପଦ୍ମଶ୍ରୀ କୋଶଳୀ କବି ହଳଧର ନାଗ ସମ୍ବଲପୁରୀ ଭାଷା,ତାର ବିଶେଷରେ,ପରମ୍ପରା ଆଦି ଉପରେ ବେଶ୍ ସାରଗର୍ଭକ ଅଭିଭାଷଣ ଦେବା ସହ ସମ୍ବଲପୁରୀ ଭାଷାର ଚମତ୍କାରିତା ଉପରେ ମାଧୂର୍ଯ୍ୟତା ହିଁ ଏହାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ସମ୍ବଲପୁରୀ ଗୀତ ଓ ନାଚ ଆଦି ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛି । ତେଣୁ ଏହାର ଗର୍ବ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ଆମର କର୍ତ୍ତବ୍ୟ ବୋଲି ପଦ୍ମଶ୍ରୀ ଶ୍ରୀ ନାଗ କହିଥିଲେ। ଏହି ଦିନଟିକୁ ପଶ୍ଚିମ ଓଡ଼ିଶା ପାଇଁ ସରକାର ଛୁଟି ଘୋଷଣା କରିବା ଉଚିତ୍ ବୋଲି ମଧ୍ୟ ସେ କହିଥିଲେ। ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଏହି ଉତ୍ସବରେ ବିଶେଷ ଭାବେ ଚର୍ଚ୍ଚା ହେବା ସହ ଗାଇସିଲେଟର ଦୁଲଫୁଲ, ବରଗଡ଼ର ଢଳିଆ ଖୁସା, ଖଇର ପାଲିର ଭାରତୀ ଓ ସାଥୀ, ଅତାବିରାର ନଟରାଜ କଳା ପରିଷଦ, ଟାମ୍ପରସରାର ଦୁଲୁଦୁଲି, ସମ୍ବଲପୁରୀ ରେମ୍ପ୍‌ ଶୋ’ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହାବ୍ୟତୀତ ଅତାବିରା ବ୍ଲକର ମା’ ମେଟାକାନି ସ୍ୱୟଂ ସହାୟକ ଗୋଷ୍ଠୀ, ଗିରିଜା ଅତାବିରା, ଗାୟତ୍ରୀ, ଶ୍ରୀ ସୌଭାଗ୍ୟ ଲକ୍ଷ୍ମୀ, ସୁଭଦ୍ରା ପରି ୨୧ଟି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ହାତ ତିଆରି ପାରମ୍ପରିକ ପିଠାପଣା ଆଣି ଏଠାରେ ପ୍ରଦର୍ଶିତ କରିଥିଲେ। ଶେଷରେ ଶିକ୍ଷକ ମନୋଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.