www.samajalive.in
Saturday, December 6, 2025
19.1 C
Bhubaneswar

ଛାତ୍ରଙ୍କ ବୃତ୍ତିଗତ ଜୀବନର ୧୦ ବର୍ଷ ନଷ୍ଟ ମାମଲା-ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ୫ ଲକ୍ଷ କ୍ଷତିପୂରଣ ନିର୍ଦେଶ

କଟକ:ସମ୍ବଲପୁର ବିଶ୍ୱବିଦ୍ୟାଳୟର ତ୍ରୁଟି ପାଇଁ ଜଣେ ଛାତ୍ରଙ୍କ ବୃତ୍ତିଗତ ଜୀବନର ୧୦ ବର୍ଷ ନଷ୍ଟ ହୋଇଛି। ଏହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ରୁଜୁ ମାମଲାର ବିଚାର କରି ବିଚାରପତି ଏସ୍‌.କେ. ପାଣିଗ୍ରାହୀ ସମ୍ପୃକ୍ତ ଛାତ୍ରଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ଆଦେଶ ଦେଇଛନ୍ତି। ହାଇକୋର୍ଟ ସମ୍ପୂର୍ଣ୍ଣ ପରିସ୍ଥିତି ଓ ଆବେଦନର ସତ୍ୟତାକୁ ବିଚାର କରି କହିଛନ୍ତି ଯେ, ଆବେଦନକାରୀ ବହୁ ପରିଶ୍ରମ କରିଥିବାବେଳେ ତାଙ୍କର ନଷ୍ଟ ହୋଇଥିବା ୧୦ ବର୍ଷର ବୃତ୍ତିଗତ ଜୀବନ ଅନ୍ୟ କୌଣସି ଉପାୟରେ ଭରଣା ହୋଇପାରିବ ନାହିଁ। ଏହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକଟ କରିବା ସହ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବା ଲାଗି ଉଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି। ଆଦେଶ ନକଲ ପାଇବାର ୩ ମାସ ମଧ୍ୟରେ ଆବେଦନକାରୀଙ୍କୁ ତାହା ପ୍ରଦାନ କରିବାକୁ କହିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ନିଜର ଭବିଷ୍ୟତକୁ ହରାଇ ହତାଶରେ ଜୀବନ ବିତାଉଥିବା ଛାତ୍ର ବିଭୁତି ଭୂଷଣ ବାରିକ୍‌‌ଙ୍କ ପକ୍ଷରୁ ଅାଗତ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦେଶ େଦଇଛନ୍ତି।

ବିଭୂତି ୧୯୯୯ ମସିହାରେ ଜଣେ ଯୁକ୍ତ ତିନି ବାଣିଜ୍ୟ ଛାତ୍ର ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିଲେ। ସେ ବରଗଡ଼ର ପଞ୍ଚାୟତ କଲେଜ ଜରିଆରେ ଯୁକ୍ତ ତିନି ପରୀକ୍ଷା ଦେଇଥିଲେ। ଛାତ୍ର ଜଣକ ପରୀକ୍ଷାରେ ଉପସ୍ଥିତ ରହି ଖାତାରେ ଉତ୍ତର ଲେଖିଥିଲେ ବି ଏକାଧିକ ବାର ତାଙ୍କୁ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଯାଇଥିଲା। ଏପରି କି ଏଗ୍ରିଗେଟ୍‌ ବା ପାସ୍‌ମାର୍କ ଅଭାବରୁ ସେ ପରୀକ୍ଷାରେ ଫେଲ ହୋଇଥିଲେ। ଆବେଦନକାରୀ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବହୁବାର ଅବଗତ କରାଇଥିଲେ ମଧ୍ୟ ତାଙ୍କର ଉଚିତ ପରୀକ୍ଷାଫଳ ପ୍ରକାଶ କରିବାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁତ୍ବ ଦିଆଯାଇ ନଥିଲା। ଫଳରେ ସେ ନିର୍ଯାତନାର ଶିକାର ହେବା ସହ ଚାକିରି ପାଇବାକୁ ସକ୍ଷମ ହୋଇପାରିନଥିଲେ। ବିଶ୍ୱବିଦ୍ୟାଳୟର ଦାୟିତ୍ୱହୀନତା ହେତୁ ସେ ନିଜ ବୃତ୍ତିଗତ ଜୀବନର ପ୍ରାୟ ୧୦ ବର୍ଷ ନଷ୍ଟ ହୋଇଛି। ତେଣୁ ବିଶ୍ୱବିଦ୍ୟାଳୟ ତାଙ୍କୁ କ୍ଷତିପୂରଣ ଦେବାକୁ ପ୍ରାର୍ଥନା କରି ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ତନ୍ମୟ ମିଶ୍ର ଓ ଏସ୍‌ ସୌରଭ ମାମଲା ପରିଚାଳନା କରୁଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories