ମୁମ୍ବାଇ: ମହାରାଷ୍ଟ୍ର ଔରଙ୍ଗାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ କପଡା ଦୋକାନରେ ନିଆଁ ଲାଗି ଗୋଟିଏ ପରିବାରର ୭ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଶିଶୁ ଓ ୨ ପୁରୁଷ ରହିଥିବା ଜଣାପଡିଛି। ଆଜି ଭୋର୍ ସମୟରେ ୩ ମହଲା ବିଶିଷ୍ଟ ଏକ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଏକ କପଡା ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା। ଧିରେ ଧିରେ ନିଆଁ ଚାରିଆଡକୁ ବ୍ୟାପିଯାଇଥିଲା। ହଠାତ୍ ଲୋକମାନେ ତଳକୁ ଆସିପାରିନଥିଲେ। ପରେ ପୁଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୫ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ବେଳେ ବିଲ୍ଡିଂ ଭିତରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
Popular Categories



