ଏପ୍ରିଲ ୧୦ରୁ ଚଳାଚଳ କରିବ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ

ଡେସ୍କ: ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରିବ। ୧୮୩୦୩ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତ୍ୟହ ସକାଳ ୬ଟାରେ ଛାଡି ପୁରୀ ଠାରେ ଅପରାହ୍ନ ୧୨ଟା ୫୦ମିରେ ପହଞ୍ଚିବ। ଫେରିବା ମାର୍ଗରେ, ୧୮୪୦୪ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ପୁରୀ ଠାରୁ ପ୍ରତ୍ୟହ ଅପରାହ୍ନ ୩ଟା ୪୫ମି.ରେ ଛାଡି ସମ୍ବଲପୁର ଠାରେ ରାତ୍ରି ୧୦ଟା ୨୦ମି.ରେ ପହଞ୍ଚିବ।

ଏହି ଟ୍ରେନ୍ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜୋମୁରା, ରେଢ଼ାଖୋଲ, ବାମୁର, ବୋଇଣ୍ଡା, ଜରାପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମାଣ୍ଡଳୀ, ଢ଼େଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନରେ ରହଣି କରିବାକୁ ଥିବା ବେଳେ ଏହାର ଗଠନରେ ଦୁଇଟି ଏସି ଚେୟାର କାର, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

Comments are closed.