ସମ୍ବଲପୁର : ରବିବାର ଦିନ ପବିତ୍ର ବସନ୍ତ ପଞ୍ଚମୀ ତିଥି ଅବସରରେ ସମ୍ବଲପୁରର କମଳିବଜାର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ୧୯୨୬ ମସିହା ସରସ୍ୱତୀ ପୁଜା ଦିନ ବେଦମୂର୍ତ୍ତି ପଣ୍ଡିତ ଶ୍ରୀରାମ ଶର୍ମାଙ୍କ ପୁଜା କୋଠରୀରେ ତାଙ୍କର ଗୁରୁ ସର୍ବଶ୍ୱେରାନନ୍ଦଙ୍କ ଦ୍ୱାରା କୁଣ୍ଡଳିନୀ ଜାଗରଣ କରାଯାଇଥିବାରୁ ଏହାକୁ ଗୁରୁଙ୍କ ଆଧ୍ୟାତ୍ମିକ ଜନ୍ମ ଦିବସ ରୁପେ ଗାୟତ୍ରୀ ମିଶନର ସମସ୍ତ ଶାଖା ଗୁଡିକରେ ପାଳନ କରାଯାଇ ଆସୁଛି।
ଉପେନ୍ଦ୍ର ପାଢ଼ୀ ଓ ସତ୍ୟନାରାୟଣ ପଟେଲଙ୍କ ତତ୍ୱାବଧାନରେ ଯଜ୍ଞ କାର୍ଯ୍ୟକୁ ସଞ୍ଚାଳନ କରାଯାଇଥିଲା। ଗାୟତ୍ରୀ ଦେବ ପରିବାରର ସଦସ୍ୟ ମାନେ ଜ୍ୟୋତି କଳଶ ଯାତ୍ରାକୁ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ। ଗାୟତ୍ରୀ ଯଜ୍ଞ ସହିତ ମୁଣ୍ଡନ, ଅନ୍ନ ପ୍ରାସନ୍ନ, ବିଦ୍ୟାରମ୍ଭ ଓ ଗାୟତ୍ରୀ ମହାମନ୍ତ୍ର ଦୀକ୍ଷା ସଂସ୍କାର ମଧ୍ୟ କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଦୀନଦୟାଲ ଅଗ୍ରୱାଲ, ଦିଲିପ ସାନବଡ, ବାନାମ୍ବର ସର, ତୁଷାର ପଟ୍ଟନାୟକ, ରାଜନ ପଟେଲ, ରବିନ୍ଦ୍ର ଦର୍ଜି, ବଦନ ମାଝୀ, ଶମ୍ଭୁ ଶର୍ମା, ପ୍ରେମକାନ୍ତ ଝା, ଦିବ୍ୟ ମେଣ୍ଡଲି, ପୁର୍ଣ୍ଣାନନ୍ଦ ମିଶ୍ରଙ୍କ ସହିତ ସଦସ୍ୟ ଓ ସଦସ୍ୟାମାନେ ସକ୍ରିୟ ସହଯୋଗ କରିଥିଲେ।



