ସଡକ ଦୁର୍ଘଟଣାରେ ଜଣେ ମୃତ
ସମ୍ବଲପୁର : ସମ୍ବଲପୁର ଜିଲା ଶାସନ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ପ୍ରାପ୍ତସୂଚନାନୁଯାୟୀ, ରେଙ୍ଗାଲି କେଉଁଟଡିହି, ରାମଚନ୍ଦ୍ର ନଗର ନିବାସୀ ବିନୟ ରୋହିଦାସ ନାମକ ଜଣେ ଯୁବକ ଗୁରୁବାର ବିଳମ୍ବିତ ରାତ୍ରରେ ଶାସନ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଣୁ ତୁରନ୍ତ ତାଙ୍କରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଶାସନ ପୁଲିସ ମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ମୃତଦେହ ହସ୍ତାନ୍ତରିତ କରିଛି। ଏ ନେଇ ଏକ ମାମଲା ରୁଜୁ କରି ଶାସନ ପୁଲିସ ଘଟଣାର ତଦନ୍ତ କରୁଛି।
Comments are closed.