www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍ଷାଧିକ ଟଙ୍କାର ଧଳାଜହର ଜବତ ; ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଅଞ୍ଚଳରେ ବେଆଇନ ନିଶା କାରବାର ଜୋରସୋରରେ ଚାଲିଥିବାର ବାରମ୍ବାର ଅଭିଯୋଗ ପରେ ପୁର୍ନବାର ଅବକାରୀ ବିଭାଗ ପକ୍ଷରୁ ସକ୍ରିୟତା ପ୍ରଦର୍ଶନ କରାଯାଇଛି। ଏହି କ୍ରମରେ ସମ୍ବଲପୁର ଜିଲା ଅବକାରୀ ସଦର – ୧ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଗତ କିଛି ଦିନ ହେବ ଅବୈଧ୍ୟ ଧଳାଜହର ବେପାରୀଙ୍କ ଉପରେ ନଜର ରଖାଯାଇଥିଲା। ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ସୁନାପାଲି ଅଞ୍ଚଳରେ ଚଢ଼ଉ କରି ମହମ୍ମଦ ସେହୱାଜ ଓରଫ ମହମ୍ମଦ କାଲୋଙ୍କୁ ଧରାଯାଇଥିଲା। ପଚରାଉଚରା ସମୟରେ ଏହି ବେଆଇନ କାରବାରରେ ସଂଲିପ୍ତ ଅନ୍ୟ ଅଭିଯୁକ୍ତ ପ୍ରକାଶ ଓରାମ ନାମକ ଯୁବକଙ୍କୁ ମଧ୍ୟ ଅବକାରୀ ବିଭାଗ ଧରିଥିଲା । ଉଭୟଙ୍କ ନିକଟରୁ ସମୁଦାୟ ୨୫ ଗ୍ରାମ ଧଳା ଜହର, ଏକ ସ୍କୁଟି ଓ ୩ଟି ମୋବାଇଲ ଫୋନ ଜବତ ହୋଇଛି । ଏଣୁ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଧଳା ଜହର, ସ୍କୁଟି ଓ ମୋବାଇଲ ଫୋନ ଗୁଡିକୁ ଜବତ କରାଯାଇଛି । ଜବତ ହୋଇଥିବା ଧଳା ଜହରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଖନ୍ତୁ ଭିଡିଓ; ୧୦୨ ମହଲା ବିଶିଷ୍ଟ ଅଟ୍ଟାଳିକା ଉପରେ ଚଢି ଷ୍ଟଣ୍ଟ କଲେ ଯୁବକ,ତା’ପରେ..

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories