www.samajalive.in
Sunday, December 14, 2025
26.1 C
Bhubaneswar

ସୂଚନା ଫଳକରେ ସରିଛି ରାସ୍ତା ନିର୍ମାଣ, ହେଲେ ଆରମ୍ଭ ହୋଇନି କାମ; ବର୍ଷାରେ ହଟହଟା ଗ୍ରାମବାସୀ

ମ.ରାମପୁର: ସରକାର ଗ୍ରାମାଞ୍ଚଳରେ ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ତିଆରି କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳା ଯୋଗୁଁ ରାସ୍ତା କାମ ଠିକ୍ ସମୟରେ ସଂପୂର୍ଣ୍ଣ ହୋଇପାରୁନାହିଁ। ଫଳରେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେଉଥିବା ରାସ୍ତା କାମ ପାଇଁ ଲଗାଯାଇଥିବା ସୂଚନା ଫଳକ ଅନୁସାରେ ରାସ୍ତାକାମ ସରିଛି । ହେଲେ ବାସ୍ତବରେ ରାସ୍ତା କାମ ସଂପୂର୍ଣ୍ଣ ହୋଇନାହିଁ। କଳାହାଣ୍ଡି ଜିଲ୍ଲା ମ.ରାମପୁର ପୂର୍ତ୍ତ ବିଭାଗ ରାସ୍ତାଠାରୁ ଫପସି ଗାଁକୁ ସଂଯୋଗ କରୁଥିବା ରାସ୍ତା କାମlର ଏଭଳି ଅନିୟମିତତା ଦେଖିବାକୁ ମିଳିଛି।

ସୂଚନା ଫଳକରେ କାମ ୨୦୨୪ ମସିହା ଜୁନ ୨୬ରେ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ ଠିକାଦାର ରାସ୍ତା କାମ ପାଇଁ ଏବେ ଅଣ୍ଟା ଭିଡୁଛନ୍ତି। ​‌ସେପଟେ ବର୍ଷା ଯୋଗୁ ରାସ୍ତା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ବହୁ ଦୁର୍ଦଶା ଭୋଗୁଛନ୍ତି। ଲଗାଯାଇଥିବା ସୂଚନା ଫଳକ ଅନୁଯାୟୀ ରାସ୍ତା ନିର୍ମାଣ ଅଟକଳ ପରିମାଣ ୩କୋଟି ୫୯ଲକ୍ଷ ୮୫ ହଜାର ୪ଶହ ୮୩ ଟଙ୍କା ରହିଛି। ୫ କିଲୋମିଟର ରସ୍ତା  ପାଇଁ ପିଡ଼ବ୍‌ଲ୍ୟୁଡ଼ି ରାସ୍ତାଠାରୁ ଫପସି ଭାୟା ପାତିଗୁଡ଼ାର କାର୍ଯ୍ୟାରମ୍ଭ ତାରିଖ ୨୭.୧୨.୨୦୨୩ ଏବଂ କାର୍ଯ୍ୟ ଶେଷ ତାରିଖ ୨୬.୦୬.୨୦୨୪ ଉଲ୍ଲେଖ କରାଯାଇଛି। କିନ୍ତୁ ତାହାର ବାସ୍ତବ ଚିତ୍ର ଅଲଗା । ଏହି ରସ୍ତା ନିର୍ମାଣ ପାଇଁ ବର୍ତ୍ତମାନ ରାସ୍ତାକୁ ଖୋଳି ଦିଆଯାଇଥିବାବେଳେ ଏବେ ବର୍ଷା ଦିନରେ ଆଣ୍ଠୁଏ କାଦୁଅରେ ଯାତାୟାତ କରୁଛନ୍ତି ଗ୍ରାମବାସୀ । ଏହି ପାତିଗୁଡ଼ା ଗ୍ରାମକୁ ଆଉ ବିକଳ୍ପ ରାସ୍ତା ନ ଥିବା ଯୋଗୁଁ ଲୋକମାନେ ଯିବା ଆସିବା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଫଳରେ ଗ୍ରାମବାସ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେଉଁ କାରଣରୁ ଠିକାଦାର ରାସ୍ତା କାମ ଆରମ୍ଭ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଆଲୋଚନା ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories