ସମ୍ବଲପୁର : ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମଳନୀ କରି ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟରେ ରାଜନୈତିକ ସଭା କରି ଏବେ ଚର୍ଚ୍ଚାରେ। ପୂର୍ବରୁ ସରକାରୀ କଳର ଅପ ବ୍ୟବହାର କରି କନ୍ଧମାଳ, ବରଗଡ଼ ରେ ବିଭିନ୍ନ କଲେଜର ଅଧକ୍ଷଙ୍କୁ ଚିଠି କରି ଛାତ୍ରଛାତ୍ରୀଙ୍କୁ ବସ କରି ନେବା ସାରା ରାଜ୍ୟରେ ଚର୍ଚ୍ଚାରେ ବିଷୟ ପାଲିଟିଛି। ସେହି ଭଳି ଭାବେ, ୧୫ ତାରିଖରେ ସମ୍ବଲପୁର ଗସ୍ତରେ ସଚିବ ଥିବା ବେଳେ ନେତାଜୀ ସୁବାସ ଚନ୍ଦ୍ର ବୋଷ କଲେଜରେ ପରୀକ୍ଷା ଚାଲୁଥିବା ସମୟରେ ପରୀକ୍ଷା ବନ୍ଦ କରି ସଚିବଙ୍କ କାର୍ଯ୍ୟକ୍ରମକୁ ପିଲାଙ୍କୁ ବୋହିକି ନେବା ଏକ ଲଜ୍ୟା ଜନକ ବିଷୟ। ଛାତ୍ରଛାତ୍ରୀ ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଅନେକ ଛାତ୍ରଛାତ୍ରୀ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ନିନ୍ଦନୀୟ ଘଟଣା। ସାମ୍ବାଦିକ ସମ୍ମିଳନୀରେ ଶ୍ବେତାଂଶୁ ବରାଇ ରାଜ୍ୟ ସହ ସଂପାଦକ, ୟସ ତିୱାରୀ ବିଭାଗ ସଂଯୋଜକ, ସିମ୍ରନ୍ ପ୍ରଧାନ ବିଭାଗ ଛାତ୍ରୀ ପ୍ରମୁଖ, ପ୍ରୀତିସ କର ଜିଲା ସଂଯୋଜକ ଉପସ୍ଥିତ ଥିଲେ।
Popular Categories



