www.samajalive.in
Friday, December 12, 2025
27.1 C
Bhubaneswar

ଲକ୍ଷ୍ମୀ ଡୁଙ୍ଗୁରି ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ

ସମ୍ବଲପୁର: ସମ୍ବଲପୁରରେ ଶନିବାର ସକାଳ ସମୟରେ ପୁଣି ଏକ ବଡଧରଣର ରେଳ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଛି। ସ୍ଥାନୀୟ ଲକ୍ଷ୍ମୀ ଡୁଙ୍ଗୁରୀ ଅଞ୍ଚଳରେ ରେଳ ଲାଇନ ଓ ଜାତୀୟ ରାଜପଥ ସଂଲଗ୍ନ ଭାବରେ ଯାଇଛି। ଶନିବାର ସକାଳ ପ୍ରାୟ ୬ଟା ସମୟରେ ଏହି ଅଞ୍ଚଳରେ ଭୁବନେଶ୍ୱରରୁ ସମ୍ବଲପୁର ଦେଇ ବରଗଡ଼ ପଟକୁ ଯାଉଥିବା ଏକ ବେସରକାରୀ ଯାତ୍ରୀବାହୀ ବସ (ନଡିଆରାଣି) ପଛରୁ ଆସୁଥିବା ଅନ୍ୟ ଏକ ମାଲବାହୀ ଟ୍ରକକୁ ରାସ୍ତା ଦେବା ପାଇଁ ବାମ ପଟକୁ ଯିବା ସମୟରେ ଆଗ ଚକର ବ୍ରେକ ପାଇପ ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡରେ ଥିବା ରେଳବାଇର ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ବ୍ୟାରିକେଟକୁ ଭାଙ୍ଗି ରେଳ ଧାରଣା ସନ୍ନିକଟକୁ ଚାଲି ଯାଇଥିଲା। ଏହି ଦୁର୍ଘଟଣାରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଅପରପକ୍ଷରେ ଏହି ସମୟରେ ଉକ୍ତ ରେଳ ଧାରଣା ଦେଇ କିଛି ସମୟ ପରେ ଏକ ମାଲବାହୀ ରେଳ ଯିବାର ଥିବା ବେଳେ ନିକଟସ୍ଥ ଲେଭଲ କ୍ରସିଂର ସୁରକ୍ଷା କର୍ମୀ ବସ ଦୁର୍ଘଟଣା ଦେଖି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ଆସୁଥିବା ମାଲବାହୀ ରେଳଗାଡିକୁ ଅଟକାଇ ଦିଆଯାଇଥିଲା। ଫଳରେ ଏକ ବଡଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଥିଲା। ଏହି ଦୁର୍ଘଟଣା ପରେ ପ୍ରାୟ ୨ ଘଣ୍ଟା ଧରି ଉକ୍ତ ରେଳ ଧାରଣାରେ ଯାତାୟାତ ଠପ ହୋଇ ରହିଥିବା ବେଳେ ସକାଳ ପ୍ରାୟ ୮ଟା ସମୟରେ ଚଳାଚଳ ସ୍ୱାଭାବିକ ହୋଇଥିଲା। ସେହିଭଳି ଜାତୀୟ ରାଜପଥରେ ମଧ୍ୟ କିଛି ସମୟ ପାଇଁ ଯାତାୟାତ ବାଧିତ ହୋଇଥିବା ବେଳେ କିଛି ସମୟ ପରେ ଉଭୟ ରେଳ ଓ ଯାନବାହାନ ଚଳାଚଳ ସାମନ୍ୟ ହୋଇଥିଲା। ଦୁର୍ଘଟଣା ଖବର ପାଇ ରେଳବାଇ ଓ ସ୍ଥାନୀୟ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଏ ନେଇ ସମ୍ବଲପୁର ରେଳବାଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଚାଳକ ସୋନପୁର ଜିଲା ଖଣ୍ଟୁଲାପାଲି ନିବାସୀ ଧର୍ମ ଡଙ୍ଗା ଓରଫ (୨୯)କୁ ଗିରଫ କରାଯାଇ ବସକୁ ମଧ୍ୟ ଜବତ କରାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ କରାଯାଉଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories