www.samajalive.in
Monday, December 8, 2025
24.1 C
Bhubaneswar

ସମ୍ବଲପୁର: ଆରମ୍ଭ ହେଲା ୨୪ଘଣ୍ଟିଆ ଲିଜ୍ ଲାଇନ ଓ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା

ସମ୍ବଲପୁର: ସମ୍ବଲପୁରରେ ଗତ ୧୩ ତାରିଖ ସକାଳ ୧୦ଟାରୁ ବନ୍ଦ ଥିବା ଇଣ୍ଟରନେଟ ସେବାକୁ ଜିଲାରେ ଲିଜ ଲାଇନ ଓ ବ୍ରଡବ୍ୟାଣ୍ଡ କନେକ୍ସନ ଜରିଆରେ ନିୟମିତ କରାଯାଇଛି। ତେବେ ଅପପ୍ରଚାର, ଗୁଜବ, ଧାର୍ମିକ ହିଂସାକୁ ପ୍ରୋତ୍ସାହନ ଆଦିର ଆଶଙ୍କା ଏବେ ମଧ୍ୟ ଲାଗି ରହିଥିବାରୁ ସରକାରଙ୍କ ତରଫରୁ ଜିଲାରେ ମୋବାଇଲ ଇଣ୍ଟରନେଟ ସେବାକୁ ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ଆସନ୍ତା ୨୧ ତାରିଖ ସକାଳ ୧୦ଟା ସମୟରୁ ଜିଲାରେ ଥିବା ସମସ୍ତ ଲିଜ୍ ଲାଇନ ଓ ବ୍ରଡବ୍ୟାଣ୍ଡ କନେକ୍ସନ ଜରିଆରେ ୨୪ ଘଣ୍ଟିଆ ଇଣ୍ଟରନେଟ ସେବାକୁ ଆରମ୍ଭ କରାଯାଇଛି। ଜନତାଙ୍କ ବୃହତ୍ତର ସ୍ୱାର୍ଥ ଓ ସରକାରୀ କାର୍ଯ୍ୟଗୁଡିକୁ ନିଷ୍ପାଦନ କରିବା ନିମନ୍ତେ ଏହି ସେବାକୁ ସ୍ୱାଭାବିକ କରାଯାଇଛି। ଏଥିସହ କର୍ଫ୍ୟୁ ମଧ୍ୟ କେହାଳ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଲୋକେ ବାହାରକୁ ବାହାରିପାରିବେ ଓ ନିଜ ଆବଶ୍ୟକୀୟ ସାମଗ୍ରୀ କିଣି ପାରିବେ। ମାତ୍ର ରାତ୍ରୀକାଳୀନ କର୍ଫ୍ୟୁ ଏବେ ମଧ୍ୟ ବଳବତ୍ତର ରହିଛି।

ଅପରପକ୍ଷରେ ଦୀର୍ଘ ୮ ଦିନ ପରେ ଲିଜ୍ ଲାଇନ ଓ ବ୍ରଡବ୍ୟାଣ୍ଡ କନେକ୍ସନ ଜରିଆରେ ଇଣ୍ଟରନେଟ ସେବା ଚାଲୁ କରାଯାଇଥିବାରୁ ଅନେକ ବ୍ୟକ୍ତି ଏବେ ବ୍ରଡବ୍ୟାଣ୍ଡ କନେକ୍‌ସନ୍‌ ଥିବା ସ୍ଥାନଗୁଡିକରେ ବେଶ ଭିଡ ଜମାଉଛନ୍ତି। ଏଥି ସହ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରୁଥିବା କମ୍ପାନୀଗୁଡିକୁ ଇନକ୍ୱାରୀ କଲର ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories