କଲମପୁର: କଲମପୁର ଅଗ୍ନିଶମ ବିଭାଗ ତରଫରୁ ପାଳନ କରାଯାଉଛି ଅଗ୍ନି ସେବା ସପ୍ତାହ। ଏହି ଅଗ୍ନି ସେବା ଓ ଅଗ୍ନ ସେବା ଶହୀଦ ଦିବସ ପାଳନ ଅବସରରେ ପ୍ରଥମେ କଲମପୁର ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ର ପରିସରରେ କିଭଳି ନିଆଁ ଦାଉରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷିତ ରଖାଯାଇ ପାରିବ ସେନେଇ ପ୍ରଦର୍ଶନୀ ମାଧ୍ୟମରେ ବୁଝାଇଥିଲେ। ପୁଣି ଶୁକ୍ରବାର କଲମପୁର ଦୁର୍ଗାମାଧବ ହାଇସ୍କୁଲ ପରିସରରେ ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ରୁଦ୍ର ମୋହନ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମୁଣ୍ଡଙ୍କ ସମେତ ସମସ୍ତ ଶିକ୍ଷକ, ଶିୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କ ସମେତ ଅବିଭାବକ ଏବଂ ବ୍ଲକର ବିଭିନ୍ନ କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ମାନଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ରହି ଜରୁରୀକାଳୀନ ସମୟରେ ଉଦ୍ଧାର କାର୍ଯ୍ୟ ଏବଂ ଅଗ୍ନି ନିରାପତା ସମ୍ବନ୍ଧରେ ମକଡ୍ରିଲ (ପ୍ରଦର୍ଶନୀ)ମାଧ୍ୟମରେ ବିଭିନ୍ନ କୌଶଳ ଦେଖାଇଥିଲେ। କଲମପୁର ଅଗି୍ନଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃ୍ତ୍ୱରେ ଡିସେମ୍ବର ବୁଡେକ, ଆଶିଷ ରଞ୍ଜନ ନନ୍ଦ, ନିରଞ୍ଜନ ଦାଶ, ଗଜାନନ ମାଝୀ ପ୍ରମୁଖ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଜରୁରୀକାଳୀନ ସମୟରେ କିଭଳି ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ, କିଭଳି ଲାଗିଥିବା ନିଆଁକୁ ଆୟତ୍ତ କରାଯାଇ ପାରିବ ସେ ନେଇ ଉପସ୍ଥିତ ଲୋକଙ୍କୁ ଶ୍ରୀ ତ୍ରିପାଠୀ ବୁଝାଇଥିଲେ।
Popular Categories



