ବିରୋଧୀ ଦଳ ନେତାଙ୍କୁ ସମ୍ବଲପୁରରେ ଭବ୍ୟ ସ୍ବାଗତ
ସମ୍ବଲପୁର: ବିରୋଧୀ ଦଳନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁର ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିଧାୟକ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହେବା ପରେ ରବିବାର ପ୍ରଥମ ଥର ସମ୍ବଲପୁର ଗସ୍ତ କରିଛନ୍ତି । ଧନୁପାଲି ଛକରୁ ଏକ ବିରାଟ ବାଇକ ରାଲିରେ ଗୋବିନ୍ଦତୋଳା, ଚାରଭାଟି, ଜେଲଖାନା, ଜିଲ୍ଲା ସ୍କୁଲ, ଭିଏସଏସ ମାର୍ଗ, ଲକ୍ଷ୍ମୀ ଟକିଜ୍, ଗୋଲବଜାର, ମୁନିସିପାଲିଟି ଛକ ଦେଇ ବଡ ସଡ଼କ ଦେଇ ସହର ପରିକ୍ରମା ସହ ମା’ ସମଲେଶ୍ବରୀ ମନ୍ଦିର ପହଞ୍ଚି ଦର୍ଶନ କରିଥିଲେ ।
ସହରର ବିଭିନ୍ନ ସ୍ଥାନରେ କର୍ମୀ ଓ ଜନତା ସମ୍ବର୍ଦ୍ଧନା ଦେଇଥିଲେ । ଆସନ୍ତା ୨୪ ନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ଅଛି, ଵିଜେଡି ସଜାଗ ରହୁ । ବିଜେପି ରଣନୀତି ସାର୍ବଜାନିନ ଏବେ ନୁହେଁ । ବିଜେପି କାର୍ଯ୍ୟରେ ଦେଖାଇବ । ରାଜ୍ୟର ଜନବିରୋଧୀ ସରକାରଙ୍କ ଅନ୍ତ ପାଇଁ ଆମେ ଲଢେଇ କରିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ନୂଆଁଖାଇ କେବଳ ପଶ୍ଚିମ ଓଡିଶା ନୁହେଁ ଏବେ ସାରା ରାଜ୍ୟରେ ପାଳନ କରାଯାଉଛି । ଏଥିପାଇଁ ୨ଦିନ ଛୁଟି ମାଗିଥିଲେ ମଧ୍ୟ ସରକାର ନଦେଲେ ଜନସାଧାରଣ ଆଗମୀ ଦିନରେ ଜବାବ ଦେଵେ । ଜନସାଧାରଣଙ୍କ ଭିନ୍ନ ଭିନ୍ନ ସମସ୍ୟାକୁ ବିଧାନସଭାରେ ଉଠାଇବି ଓ ବିଶେଷ କରି ଚାଷୀ ସମସ୍ୟା ଏବଂ ସହରୀ ବିକାଶକୁ କିପରି ଭଲ ଆଗେଇବ ତାହା ଉପରେ ଗୁରୁତ୍ୱ ଦେବି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।
Comments are closed.