www.samajalive.in
Saturday, December 6, 2025
16.1 C
Bhubaneswar

ଆତ୍ମନିର୍ଭର ଓ ଖର୍ଚ୍ଚ କମ ପାଇଁ ରେଳବାଇର ଅଭିନବ ପ୍ରୟାସ ; ସାଇକେଲ ଦ୍ୱାରା ରେଳ ଧାରଣାର ନିରୀକ୍ଷଣ ଓ ଜରୁରୀ ମରାମତି

ସମ୍ବଲପୁର: କରୋନା ସମସ୍ତ ପ୍ରକାରର ବ୍ୟବସ୍ଥା ସହିତ ବିଶ୍ୱବ୍ୟାପି ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଏବେ ଦେଶ ଅର୍ଥନୀତିକୁ ପୁର୍ନବାର ପୁର୍ବାବସ୍ଥାକୁ ଆଣିବା ପାଇଁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏହା ସହିତ କରୋନା ସଙ୍କଟକୁ ସାହାସର ସହିତ ମୁକାବିଲା କରିବା ସହିତ ଦେଶବାସୀଙ୍କୁ ଆତ୍ମନିର୍ଭଶୀଳ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆତ୍ମନିର୍ଭରଶୀଳ ଆହ୍ୱାନର ପ୍ରତି ଉତ୍ତରରେ ଦେଶବାସୀ ଦେଶକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ପ୍ରୟାସ ଆରମ୍ଭ କରି ସାରିଛନ୍ତି। କରୋନା ଯୋଗୁଁ ରେଳବାଇ ବ୍ୟାପକ କ୍ଷତି ସହି ଚାଲିଥିବା ବେଳେ ତାକୁ ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ରେଳବାଇର ବହୁ ସାମଗ୍ରୀ ବିଦେଶରୁ ଆମଦାନି କରାଯାଉଥିବାରୁ ବିଦେଶ ଉପରେ ନିର୍ଭରଶୀଳତା କମାଇବା ପାଇଁ ସେଗୁଡିକର ବିକଳ୍ପ ଏବଂ କମ ଖର୍ଚ୍ଚରେ କାର୍ଯ୍ୟ କରିବା ପାଇଁ ରେଳବାଇ ନିଜେ ଆତ୍ମନିର୍ଭର ହେବା ପାଇଁ ଉଦ୍ୟମ ଜାରି ରଖିଛି।

ଏହି କ୍ରମରେ ରେଳ ଚଳାଚଳ ପାଇଁ ଧାରଣାର ନିରୀକ୍ଷଣ, ଯାଞ୍ଚ ଓ ମରାମତି ନିୟମିତ ଭାବରେ କରିବା ପାଇଁ ଭାରତୀୟ ରେଳବାଇକୁ ବହୁ ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଖର୍ଚ୍ଚ କାଟ ସହିତ ଶିଘ୍ର କାର୍ଯ୍ୟ କରିବା ପାଇଁ ଏକ ଅଭିନବ ଉପାୟ କରାଯାଇ ‘ରେଳ ବାଇ ସାଇକେଲ’ ର ପରିକଳ୍ପନା କରାଯାଇଛି। ରେଳ ଧାରଣାର ଦୈନିକ ମରାମତି ପାଇଁ ରେଳ କର୍ମଚାରୀ ମାନଙ୍କୁ ନିୟମିତ ବହୁ ଦୂର ପର୍ଯ୍ୟନ୍ତ ଚାଲି ଚାଲି ଯିବା ସହିତ ଆବଶ୍ୟକ ସ୍ଥଳରେ ସଡକ ପଥରେ ମଧ୍ୟରେ ଅସୁବିଧା ଥିବା ସ୍ଥାନକୁ ଯିବାକୁ ପଡୁଥିଲା। କିନ୍ତୁ ‘ରେଳ ବାଇ ସାଇକେଲ’ ପ୍ରକଳ୍ପ କାର୍ଯ୍ୟକାରୀ ପରେ ଟ୍ରାକ ମେନ ମାନଙ୍କୁ ସୁବିଧା ହେବା ସହିତ ସେମାନଙ୍କର କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି ପାଇଛି। ଏଣୁ ସମ୍ବଲପୁର ରେଳ ମଣ୍ଡଳରେ ରେଳ ବାଇସାଇକେଲର ଶୁଭାରମ୍ଭ ହୋଇଯାଇଛି। ମଣ୍ଡଳ ଅର୍ନ୍ତଗତ ସମ୍ବଲପୁର, ବଲାଙ୍ଗୀର, ସଇଁତଲା, ପିଡବ୍ଲ୍ୟୁ ଆଇ ୟୁନିଟ ଦ୍ୱାରା ଏହାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ରେଳ ବାଇସାଇକେଲର ଗଠନ ହାଲୁକା ଅଟେ। ରେଳ ଧାରଣା, ପୋଲ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ ବେଙ୍କ ସ୍ଲିପର ସ୍ଥାନ, ରେନକଟ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପର୍ଯ୍ୟନ୍ତ ଶିଘ୍ର ପହଞ୍ଚା ଯାଇ ପାରୁଛି। ଏହି ସାଇକେଲରେ ଦୁଇ ଜଣ ଯାତାୟାତ କରିପାରିଛନ୍ତି। ଜରୁରୀକାଳୀନ ସମୟରେ ଦୂର ସ୍ଥାନକୁ ପହଞ୍ଚିବା ପାଇଁ ଏହା ଖୁବ ଉପ ଯୋଗୀ ହେଉଥିବା ବେଳେ ଏହା ଦ୍ୱାରା ଟ୍ରାକ ମେନ ମାନେ ମରାମତି ସ୍ଥାନକୁ ଶିଘ୍ର ପହଞ୍ଚିୁ ଥିବାରୁ ବହୁ ମୂଲ୍ୟ ସମୟ ସଞ୍ଚୟ ହେଉଛି। ଅତ୍ୟନ୍ତ ଶସ୍ତାରେ ଟ୍ରେନ ପହଞ୍ଚିବା ପୂର୍ବରୁ ରେଳବାଇ ଟ୍ରାକର ଆକଳନ ଓ ନିରୀକ୍ଷଣ କରିବା ଶିଘ୍ର ହୋଇ ପାରୁଥିବାରୁ ଆଗାମୀ ଦିନରେ ଏହା ଖୁବ ପ୍ରଭାବୀ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories