ଭୁବନେଶ୍ୱର : ଗୁରୁବାର ରାଜଧାନୀରେ ଦନ୍ତା ହାତୀର ଉପଦ୍ରବ ଦେଖାଦେଇଛି। ଖଣ୍ଡଗିରିସ୍ଥିତି ଭରତପୁର ଜିଏ କଲୋନୀରେ ଦନ୍ତା ହାତୀ ପଶି ଘରର ପାଚେରୀ ଭାଙ୍ଗିବା ସହ କଦଳୀ ଗଛ ଓପାଡ଼ି ପକାଇଦେଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଦନ୍ତାହାତୀକୁ ଘଉଡ଼ାଇବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ଏହାସହ ସ୍ଥାନୀୟଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ବୋଲି ସୂଚନା ମିଳିଛି।
Popular Categories



