www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁରରେ ଜୁଆ ଆଡ୍ଡା ଉପରେ ଚଢାଉ : ୨୨ ଜଣ ଗିରଫ ଓ ଲକ୍ଷାଧିକ ଟଙ୍କା ଜବତ

ସମ୍ବଲପୁର: କରୋନା ପାଇଁ ଲକ୍ଷ ଲକ୍ଷ ବ୍ୟକ୍ତି ନିଜର ଜୀବିକା ହରାଇ ଖାଦ୍ୟ ଟିକିଏ ପାଇଁ ଡହଳ ବିକଳ ହେଉଥିବା ବେଳେ ସମ୍ବଲପୁରରେ ଏକ ଜୁଆ ଆଡ୍ଡାରେ ଚଢ଼ଉ ସମୟରେ ଲକ୍ଷାଧିକ ଟଙ୍କା ଜବତ ଘଟଣା ସାରା ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପ୍ରାପ୍ତସୂଚନାନୁଯାୟୀ, ସମ୍ବଲପୁରର ଅଇଁଠାପାଲି ଥାନା କ୍ଷେତ୍ର ଅଧିନସ୍ଥ ବରେଇପାଲି ଅଞ୍ଚଳରେ କିଛି ବ୍ୟକ୍ତି ନିୟମିତ ଜୁଆ ଖେଳାଇବା ସହିତ ନିଜେ ମଧ୍ୟ ଖେଳୁଥିବାର ବାରମ୍ବାର ଖବର ପୁଲିସ ନିକଟକୁ ପହଞ୍ଚିଥିଲା। ଏଣୁ ଏସପି ଡା. କନୱର ବିଶାଳ ସିଂହଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ୱାର୍ଡ ଏବଂ ଅଇଁଠାପାଲି ପୁଲିସ ମିଳିତ ଭାବରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଜୁଆଡିଙ୍କ ଭିଡ ଦେଖି ପୁଲିସ ପ୍ରଥମେ ନିଜେ ଆର୍ଶ୍ଚର୍ଯ୍ୟ ଚକିତ ରହିଯାଇଥିଲା। ପୁଲିସ ଜୁଆ ଆଡ୍ଡାରୁ ୨୨ ଜଣ ବ୍ୟକ୍ତି ଯଥା ହୀରାକୁଦ ନିବାସୀ ଗଣେଶ ବାହାଦୂର (୩୩), ରଞ୍ଜିତ ସିଂହ (୩୫), କୁମ୍ଭାରପଡା ନିବାସୀ ନବୀନ ବେହେରା (୩୪), କ୍ଷେତରାଜପୁର ନିବାସୀ ସନ୍ତୋଷ କୁମାର ଅଗ୍ରୱାଲ (୫୧), ବରେଇପାଲି ନିବାସୀ ରାଜେନ୍ଦ୍ର ସିଂହ (୫୬), ଅଇଁଠାପାଲି ଢ଼ୁକୁପଡା ନିବାସୀ ସୁଶାନ୍ତ ମୁଣ୍ଡା (୩୬), ହୀରାକୁଦ ନିବାସୀ ହେମନ୍ତ କୁମାର ରାଉତ (୫୧), କ୍ଷେତରାଜପୁର ରେଳବାଇ କଲୋନୀ ନିବାସୀ ବିକ୍ରମ ନିହାଲ (୪୨), ଅଇଁଠାପାଲି କାଇଁଶିର ନିବାସୀ ଅଭିଷେକ ପ୍ରଧାନ (୪୩), ଦୁର୍ଗାପାଲି ନିବାସୀ ଆର୍ତ୍ତ ମିଶ୍ର (୩୪), ବରେଇପାଲି ନିବାସୀ ସଞ୍ଜୟ ସାହାଣୀ (୨୬), ବୁର୍ଲା ନିବାସୀ ସୁଧାଂଶୁ ଧର (୪୮), ଭତରା ନିବାସୀ ଅଶୋକ ଧଳ (୫୨), ଅଇଁଠାପାଲିର ଦାନ୍ତିପଡା ନିବାସୀ ରଘୁ ସାହାଣୀ (୧୮), ହୀରାକୁଦ ଝାଙ୍କରପଡା ନିବାସୀ ସୁବାଷ ଡାକୁଆ (୪୬), ବରେଇପାଲି ନିବାସୀ ସୁଧିର ଅଗ୍ରୱାଲ (୪୫), ଫାର୍ମ ରୋଡ ନିବାସୀ ଅଜୟ ସିଂହ (୩୨), ଚିନ୍ଟୁ ବେହେରା (୨୦), ଗୋବିନ୍ଦତୋଲା ନିବାସୀ ବାବୁଲୁ ଜେନା (୩୩), ଝାରୁସୁଗୁଡା ସହର ନିବାସୀ ସନ୍ଦୀପ କୁମାର ଅମାନ୍ତ (୨୮), ବ୍ରଜରାଜନଗର ନିବାସୀ ୱିଲସନ ବାରିକ (୨୬) ଓ ଦୀପକ ତିୱାରୀ (୩୯) ଙ୍କୁ ଗିରଫ କରିଛି। ଏ ନେଇ ଅଇଁଠାପାଲି ଥାନାରେ ମାମଲା ନଂ ୪୪୫/୨୦୨୦ ଅନୁଯାୟୀ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ୨୦ଟି ମୋବାଇଲ ଫୋନ ସହିତ ନଗଦ ୨ ଲକ୍ଷ ୯୯ ହଜାର ୨ ଶହ ୨୦ ଟଙ୍କା ଜବତ କରିଛି। ଏହି ଜୁଆ ଅଡ୍ଡା ବହୁ ଦିନରୁ ଚାଲୁ ରହିଥିବା ବେଳେ ସମ୍ବଲପୁର ସମେତ ଆଖପାଖର ଜୁଆଡି ମାନେ ଏଠାରେ ନିୟମିତ ଭିଡ ଜମାଉଥିଲେ। ଏହି ଘଟଣାରେ କିଛି ହାଇପ୍ରୋଫଇଲ ବ୍ୟକ୍ତି ମଧ୍ୟ ସଂପୃକ୍ତ ଥିବା ଏବଂ ସେମାନେ ଖସି ଯାଇଥିବାର କୁହାଯାଉଛି। ଅନ୍ୟ ପଟରେ କରୋନା ଭଳି ସଙ୍କଟ ସମୟରେ ଏତେ ବଡ ଜୁଆ ଆଡ୍ଡାର ଭାଣ୍ଡାଫୋଡ ଘଟଣାକୁ ସ୍ୱାଗତ କରାଯାଉଥିବା ବେଳେ ଜିଲାରେ ଚାଲିଥିବା ଅନ୍ୟ ଜୁଆ ଆଡ୍ଡା ଗୁଡିକ ଉପରେ ମଧ୍ୟ ଅନରୂପ ଚଢ଼ଉ କରାଯାଇ ବେଆଇନ କାରବାରକୁ ବନ୍ଦ କରାଯାଉ ବୋଲି ସବୁ ମହଲରେ ଦାବି କରାଯାଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories