www.samajalive.in
Friday, December 12, 2025
19.1 C
Bhubaneswar

ପହିଲମାନ ଖେଳାଳି ତାଲିମ ଶିବିର ଉଦଘାଟିତ

ସମ୍ବଲପୁର: ସମ୍ବଲପୁରର କଚେରୀ ରୋଡ ସ୍ଥିତ ଜୁଡୋ ହଲ ଠାରେ ମାଗଣାରେ କୁସ୍ତି ତାଲିମ ଶିବିରର ଶୁଭାରମ୍ଭ ମଙ୍ଗଳବାର ଅପରାହ୍ନରେ ହୋଇଯାଇଛି। ଏହି ଶିବିରରେ ଭାରତ ସିନିୟର ମହିଳା କୁସ୍ତି ଦଳ ପାଇଁ ୨୦୧୭ ରୁ ୨୦୨୦ ପର୍ଯ୍ୟନ୍ତ ଏବଂ ୨୦୨୧ ମସିହାରେ ବିଶ୍ୱ କୁସ୍ତି ପ୍ରତିଯୋଗୀତାରେ ଭାରତୀୟ ଜୁନିୟର ମହିଳା ଦଳର କୋଚ ରହିଥିବା ମନିଷା ସାମଲ ଶିବିରାର୍ଥୀ ମାନଙ୍କୁ ତାଲିମ ଦେବା ଆରମ୍ଭ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲା କୁସ୍ତି ସଂଘର ସମ୍ପାଦକ ରବି ପଟ୍ଟନାୟକ, ସଦସ୍ୟ ଅରବିନ୍ଦ ସାହୁ, ଲକ୍ଷ୍ମଣ ମେହେର, ପୂର୍ବତନ ଜିଲା କ୍ରିଡାଧିକାରୀ ଉପେନ୍ଦ୍ର ଶତପଥି, ଶାନ୍ତି ଦେବୀ ଗୋପେ, ସଶ୍ମିତା ବରାଳ କୁସ୍ତି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ପାଦକ ସୁବାଷ ଚନ୍ଦ୍ର ବେହେରା ସୂଚନା ପ୍ରଦାନ କରିଥିଲେ। ସମ୍ବଲପୁରର ଖେଳାଳି ମାନଙ୍କୁ ବିଶ୍ୱସ୍ତରରେ ପହୁଞ୍ଚାଇବାକୁ ନେଇ ସାଓଲିନ କୁମ୍ଫୁ ଉଷୁ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ଉଦ୍ୟମ ପାଇଁ ଆୟୋଜିତ ଏହି ଶିବିରର ଆୟୋଜନରେ ଗାୟତ୍ରୀ ମିଶ୍ର, ସ୍ନିଗ୍ଧାରାଣୀ ଭାଜି, ସୋନୁ ପ୍ରସାଦ ସୋନାର, ସମୀର ଷଡଙ୍ଗୀ, ସ୍ୱାଗତ କୁମାର ବଢ଼େଇ, ଭାଗ୍ୟସିନୀ ବରାଳ, ଆଦ୍ୟାସା ତ୍ରିପାଠୀ, ପ୍ରିୟଙ୍କା ମିତ୍ତଲ, ଆଶିଷ ସାହୁ, ଦିବ୍ୟକରିସ୍ମା ପୃଷ୍ଟି, ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ସକ୍ରିୟ ସହାୟତା କରୁଛନ୍ତି। କୋଭିଡ ନିୟମାନୁଯାୟୀ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ସୂଚନାଯୋଗ୍ୟ ଯେ, ପ୍ରଶିକ୍ଷିକା ମନିଷା ବିଶ୍ୱସ୍ତରୀୟ ପ୍ରତିଯୋଗିତା, ଏସିଆ ମହାଦ୍ୱୀପ ସ୍ତରୀୟ ପ୍ରତିଯୋଗିତା, କମନ ୱେଲଥ ଗେମ ଆଦି ଖେଳରେ ଭାରତୀୟ କୁସ୍ତି ଦଳର କୋଚ ଦାୟିତ୍ୱ ବହନ କରି ଦେଶ ପାଇଁ ପଦକ ଆଣି ଦେଶକୁ ଗୌରବାନ୍ୱିତ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories