www.samajalive.in
Friday, December 12, 2025
19.1 C
Bhubaneswar

ଯୁବକଙ୍କୁ ମାଡ ମାରି ଟଙ୍କା ଓ ମୋବାଇଲ ଲୁଟ, ୬ ଗିରଫ

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ଶାସନ ଥାନା ଅର୍ନ୍ତଗତ ମୁରା ଅଞ୍ଚଳରେ ୨୫ ତାରିଖ ବିଳମ୍ବିତ ରାତ୍ରିରେ ମୁଣ୍ଡେନପାଲି ନିବାସୀ ମନୋଜ ନାୟକ ଓ ସାଥି ଶ୍ରୀଚରଣ କିଷାନ ଙ୍କୁ ମାଡ ମାରି ଲୁଟ ଘଟଣାରେ ପୁଲିସ ୨ ଜଣ ନାବାଳକ ଙ୍କ ସମେତ ୮ ଜଣଙ୍କୁ ଧରିଛି। ଉଭୟ ପିଡିତ ପଧାନପାଲିରୁ କାମ ସାରି ଘରକୁ ଫେରୁଥିବା ବେଳେ ନୁଆ ତିହୁରା (ଲକ୍ଷ୍ମୀ ମନ୍ଦିର) ନିକଟରେ ଥିବା କେନାଲ ପୋଲ ଠାରେ ଅଜଣା ବ୍ୟକ୍ତି ମାନେ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ନଗଦ ୮ ହଜାର ୬ ଶହ ଟଙ୍କା, ୩ଟି ଏଟିଏମ କାର୍ଡ ଓ ଗୋଟିଏ ମୋବାଇଲ ଲୁଟ କରି ନେଇଥିଲେ। ପିଡିତମାନେ ପାଟିତୁଣ୍ଡ କରିବାରୁ ସ୍ଥାନୀୟ ନିବାସୀ ମାନେ ଘଟଣାସ୍ଥଳକୁ ଆସିଯିବାରୁ ଅଭିଯୁକ୍ତ ମାନେ ୩ଟି ମୋଟର ବାଇକ ଛାଡି ଫେରାର ହୋଇ ଯାଇଥିଲେ।

ଏ ନେଇ ପିଡିତ ମନୋଜ ନାୟକ ଶାସନ ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ସଂଖ୍ୟା ୩୦/୨୦୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସୂତ୍ରରୁ ସୂଚନା ସଂଗ୍ରହ କରି ଉକ୍ତ ଡକାୟତ ମାନଙ୍କୁ ଧରିଛି। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ମୂରା ନିବାସୀ ଅଜିତ ହାତି (୨୮), ଡୁମ୍ବେରପାଲି (ଟିକ୍ରାପଡ଼ା) ନିବାସୀ ନିଳାମ୍ବର ବେସନ (୧୯), ଲରପଙ୍କ ନିବାସୀ ଅନୀଲ ଓରାମ (୧୯), ତୁଷାର ଆଇନ୍ଦ ଓରଫ କାହ୍ନୁ (୧୯), ହିମାଂଶୁ ଶେଖର ଚୌବେ (୩୦) ଏବଂ ଆକାଶ ମୁଣ୍ଡା (୨୨) ଙ୍କୁ ଗିରଫ କରିଛି। ଏହା ସହିତ ୨ ଜଣ ନାବାଳକ ଙ୍କୁ ମଧ୍ୟ ପୁଲିସ ଅଟକ ରଖି ବାଳ ଅଦାଲତ ସମ୍ମୁଖରେ ପ୍ରସ୍ତୁତ କରିଛି। ଗିରଫ ହୋଇଥିବା ସମସ୍ତ ୬ ଅଭିଯୁକ୍ତ ମାନଙ୍କୁ ପୁଲିସ ମଙ୍ଗଳବାର ଅଦାଲତକୁ ଚାଲାଣ କରିଛି। ଏହା ସହିତ ଅଭିଯୁକ୍ତ ମାନଙ୍କ ନିକଟରୁ ଲୁଟ ହୋଇଥିବା ୩ଟି ଏଟିଏମ କାର୍ଡ, ଗୋଟିଏ ମୋବାଇଲ ସମେତ ୨ଟି ଭୁଜାଲି, ୨ଟି ଲୁହା ଛଡ, ଗୋଟିଏ ଛୁରୀ ଏବଂ ୮ଟି ମୋବାଇଲ ଫୋନ ଜବତ କରିଛି ବୋଲି ଶାସନ ପୁଲିସ ଜଣାଇଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories