www.samajalive.in
Friday, December 12, 2025
26.1 C
Bhubaneswar

ବିଶ୍ବ ମାନ୍ୟତାର ଶ୍ରେଷ୍ଠ-୫୦ରେ ମାନିକା

ନୂଆଦିଲ୍ଲୀ, ୧।୨: ପ୍ରଥମଥର ପାଇଁ ଭାରତର ନାମୀ ଟେବୁଲ ଟେନିସ୍‌ ଖେଳାଳି ମାନିକା ବାତ୍ରା ବିଶ୍ବ ମାନ୍ୟତାରେ ଶ୍ରେଷ୍ଠ-୫୦ରେ ସ୍ଥାନ ପାଇଛନ୍ତି। ମଙ୍ଗଳବାର ବିଶ୍ବ ଟେବୁଲ୍‌ ଟେନିସ ମହାସଂଘ (ଆଟିଟିଏଫ୍‌) ପକ୍ଷରୁ ପ୍ରକାଶ ପାଇଥିବା ମହିଳା ସିଙ୍ଗଲ୍‌ସ ମାନ୍ୟତା ତାଲିକାରେ ଦିଲ୍ଲୀର ମାନିକା ୬ଟି ସ୍ଥାନର ଉନ୍ନତି ଘଟାଇଛନ୍ତି। ବର୍ତ୍ତମାନ ମାନିକା ୫୦ତମ ସ୍ଥାନରେ ରହିଛନ୍ତି; ଯାହା ତାଙ୍କର ସର୍ବଶ୍ରେଷ୍ଠ ମାନ୍ୟତା। ପୁରୁଷ ସିଙ୍ଗଲ୍‌ସ ମାନ୍ୟତାରେ ଭାରତର ଜି. ସତ୍ୟନ୍‌ ୩୩ତମ ସ୍ଥାନକୁ ଉଠିଥିବା ବେଳେ ବରିଷ୍ଠ ଖେଳାଳି ଏ. ଶରତ କମଲ ୨ଟି ସ୍ଥାନ ଦଳକୁ ଖସି ୩୪ତମ ସ୍ଥାନରେ ରହିଛନ୍ତି। ମାନିକା ଓ ବାତ୍ରା ମିଶ୍ରିତ ଯୁଗଳ ବା ମିକ୍ସଡ୍‌ ଡବଲ୍‌ସରେ ୧୧ଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ମହିଳା ଯୁଗଳରେ ମାନିକା ଓ ଅର୍ଚ୍ଚନା କାମତ୍ ବିଶ୍ବରେ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories