ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ କନୱର ବିଶାଳ ସିଂହ
ସମ୍ବଲପୁର: ସମ୍ବଲପୁର ନୂତନ ଏସପି ଭାବେ କନୱର ବଶାଳ ସିଂହ ସୋମବାର ଯୋଗଦେଇଛନ୍ତି। ୨୦୧୦ ବ୍ୟାଚର ଆଇପିଏସ କନୱର ପଞ୍ଜାବର ଅମୃତସର ଜିଲ୍ଲାର ବାସିନ୍ଦା ଅଟନ୍ତି। କନୱର ପୂର୍ବରୁ କୋରାପୁଟ ଭଳି ଏକ ମାଓ ପ୍ରବଣ ଜିଲ୍ଲାରେ ଏସପି ଭାବରେ ଦକ୍ଷତା ଏବଂ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ଚଳିତ ବର୍ଷ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା। ସମ୍ବଲପୁର ଜିଲ୍ଳାର ନୂତନ ଏସପି ଭାବରେ ଯୋଗଦେଇଥିବା କନୱରଙ୍କ ପାଇଁ ଜିଲ୍ଲାକୁ ଅପରାଧମୁକ୍ତ କରିବା ଏକ ବଡ ଚ୍ୟାଲେଞ୍ଜ ହେବ। କାର୍ଯ୍ୟରେ ଯୋଗଦେବା ପରେ କନୱର କହିଛନ୍ତି ସହରରେ ଲୁଟ, ଚୋରି, , ଟ୍ରାଫିକ ଅବ୍ୟବସ୍ଥା, ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଆଯିବ। ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଆଇନ ଅନୁଯାୟୀ କଡା ପଦକ୍ଷେପ ନିଆଯିବ। ସମ୍ବଲପୁର ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ଜନସାଧାରଣଙ୍କର ଅଭିଯୋଗ ଓ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରାଯିବ।
Comments are closed.