www.samajalive.in
Monday, December 8, 2025
14.1 C
Bhubaneswar

ନିର୍ଭୟ ଅପରାଧି, ନିର୍ବିକାର ପୁଲିସ – ଗୋଷ୍ଠୀ ସଂଘର୍ଷରେ ଦୁଇ ଆହତ

ସମ୍ବଲପୁର: ସମ୍ବଲପୁର ଜିଲାରେ ଦିନକୁ ଦିନ ଅପରାଧିମାନେ ନିର୍ଭୟ ବିଚରଣ କରୁଥିବା ବେଳେ ପୁଲିସ ନିର୍ବିକାର ଭାବରେ ରହିଛି। ପୁଲିସ କେବଳ ମାସ୍କ ଚେକିଂ, କରୋନା ନିୟମ ଲାଗୁ, ହେଲମେଟ ଚେକିଂ, କଣ୍ଟେନମେଣ୍ଟ ଜୋନ ଜଗିବା ଆଦି ବିଭିନ୍ନ ପ୍ରକାରର କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ତାର ମୂଳ ଦାୟିତ୍ୱ ଆଇନ ଶୃଙ୍ଖଳା ରକ୍ଷାରୁ ଓହରି ଯାଇଛି। ଫଳରେ ଅପରାଧିମାନେ ନିର୍ଭୟ ହୋଇ ଅପରାଧିକ କାଣ୍ଡ ଭିଆଇବାରେ ଲାଗିଛନ୍ତି।

ସମ୍ବଲପୁରର ଅନ୍ୟତମ ପ୍ରମୁଖ ଥାନା ଟାଉନ ଥାନା କ୍ଷେତ୍ରରେ ପୁଲିସର ଢ଼ିଲା କାର୍ଯ୍ୟଶୈଳୀ ଓ ଅପରାଧିମାନଙ୍କ ବିରୋଧରେ କଡା ପଦକ୍ଷେପ ନେଉ ନ ଥିବାରୁ ଏହା ଚରାଭୂଇଁ ପାଲଟି ସାରିଛି। ଟାଉନ ଥାନା କ୍ଷେତ୍ର ମଧ୍ୟରେ ଜିଲା ସମେତ ପଶ୍ଚିମ ଓଡିଶାସ୍ତରୀୟ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଥିବା ବେଳେ ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର, ଘଞ୍ଚ ଜନବସତି ରହିଛି। କିନ୍ତୁ ଟାଉନ ଥାନା ପୁଲିସର ପ୍ରଭାବୀ କାର୍ଯ୍ୟାନୁଷ୍ଠାନର ଅଭାବ ଯୋଗୁଁ ଏହି ଅଞ୍ଚଳ ଏବେ ଜିଲାର ଅନ୍ୟତମ ନିଶା କାରବାରର ପେଣ୍ଠସ୍ଥଳି, ଗୋଷ୍ଠୀ ସଂଘର୍ଷ, କଥା କଥା କେ ଛୁରା ମାଡ, ଚୋରି, ଚେନ ଲୁଟ ଆଦି ବିଭିନ୍ନ ପ୍ରକାରର ଅପରାଧିକ ମାମଲା ଦିନକୁ ଦିନ ଗତିରେ ବୃଦ୍ଧି ପାଉଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ, ଟାଉନ ଥାନାର ପ୍ରାୟ ୧ କିମି ପରିଧି ମଧ୍ୟରେ ହିଁ ସର୍ବାଧିକ ଅପରାଧିକ ଗତିବିଧି, ନିଶା କାରବାର ଇତ୍ୟାଦି ଜୋରସୋରରେ ଚାଲିଛି। ପ୍ରଥମରୁ ପୁଲିସ ସକ୍ରିୟ ନ ରହି କୌଣସି ଘଟଣା ଘଟିବା ପରେ ଡେମେଜ କଣ୍ଟ୍ରୋଲରେ ଲାଗିଥିବାର ଦେଖାଯାଉଛି।

- Advertisement -

ବୁଧବାର ରାତ୍ରିରେ କୁମ୍ଭାରପଡା ମଧ୍ୟରେ ରହିଥିବା ଦୁଇଟି ବସ୍ତିର କିଛି ଯୁବକ ଓ ନାବାଳକମାନଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଏଣୁ ଦୁଇ ଗୋଷ୍ଠୀ୍‍ଙ୍କ ମଧ୍ୟରେ ଟାଉନ ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ବୀର ସୁରେନ୍ଦ୍ର ସାଏ ମାର୍ଗ ଠାରେ ବିଚ ରାସ୍ତାରେ ପ୍ରବଳ ମାଡପିଟ ହୋଇଥିଲା। ଏହି ଘଟଣାଟି ଟାଉନ ଓ ଧନୁପାଲି ଥାନାର ସୀମାବର୍ତ୍ତୀ ଅଞ୍ଚଳରେ ଘଟି ଚାଲିଥିବା ବେଳେ କିନ୍ତୁ ପୁଲିସକୁ କିଛି ଜଣା ନ ଥିଲା। ମାଡପିଟ ଆରମ୍ଭ ହେବାର ପ୍ରାୟ ଅଧ ଘଣ୍ଟା ପରେ ଯାଇ ପ୍ରଥମେ ଧନୁପାଲି ଓ ପରେ ଟାଉନ ପୁଲିସର ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ମାଡପିଟରେ ଜଣେ ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ଆହତ ହୋଇଛନ୍ତି। ଅନ୍ୟ ପଟରେ ଏହି ଘଟଣା ପରେ ରାତିତମାମ କୁମ୍ଭରପଡା ମଧ୍ୟରେ ଉଭୟ ବସ୍ତିରେ ଉତ୍ତେଜନା ଲାଗି ରହିଥିଲା। ତେବେ ନିର୍ଭୟ ଅପରାଧି ଏବଂ କାର୍ଯ୍ୟାନୁଷ୍ଠାନ ଅଭାବରୁ ଗୁରୁବାର ସକାଳୁ ସ୍ଥିତି ଅନିୟନ୍ତ୍ରିତ ହୋଇଯାଇଥିଲା।

ଗତକାଲି ରାତ୍ରିରେ ମାଡ ଖାଇଥିବା ଯୁବକର ବସ୍ତିରୁ ଶତାଧିକ ବ୍ୟକ୍ତି ଗୁରୁବାର ସକାଳୁ ଦାନୀବନ୍ଧ ପଛରେ ରହିଥିବା ବସ୍ତି ବାସିନ୍ଦା ମାନଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ସେମାନେ ଘରମାନଙ୍କ ମଧ୍ୟକୁ ପଶି ଯାଇ ଯାହାକୁ ପାଇଲେ ନିସ୍ତୁକ ମାଡ ମାରିଛନ୍ତି। ଏହି ମାଡ ସମୟରେ ମହିଳା ଓ ନାବାଳକ ନାବାଳିକା ମାନେ ମଧ୍ୟ ବର୍ତ୍ତି ପାରି ନାହାନ୍ତି। ସବୁଠାରୁ ବଡ ଆର୍ଶ୍ଚର୍ଯ୍ୟର ବିଷୟ ଅଟେ ଯେ ଏହି ଘଟଣା ଠିକ ଟାଉନ ଥାନାର ପଛ ପଟର ପାଚେରୀକୁ ଲାଗି ରହିଥିବା ବସ୍ତି ମଧ୍ୟରେ ଚାଲିଥିବା ବେଳେ ପୁଲିସକୁ କିଛି ଜଣା ନ ଥିଲା। ବହୁ ସମୟରେ ପରେ ଟାଉନ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଉତ୍ତେଜନାକୁ ପ୍ରଶମିତ କରିଥିଲା। ସ୍ପଷ୍ଟ ଦିବାଲୋକ ଓ ଟାଉନ ଥାନାର ପଛ ପଟରେ ଏଭଳି ଗୋଷ୍ଠୀ ସଂଘର୍ଷ ଚାଲୁ ଥିବା ବେଳେ ପୁଲିସକୁ ଜଣା ନ ପଡିବା ଘଟଣାରୁ ପୁଲିସର ଅକ୍ଷମତା ସହଜେ ଜଣାପଡୁଛି। ଆଜିର ଘଟଣାରେ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି।

ଘଟଣା ସର୍ମ୍ପକରେ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କୁ ପଚରାଯିବାରୁ ନାବାଳକ ମାନଙ୍କ ମଧ୍ୟରେ ଛୋଟିଆ ମାଡପିଟ ହୋଇଥିବାର କହି କଥାକୁ ଏଡାଇ ଯାଇଥିଲେ। ଦୁଇ ଦୁଇ ଥର ଗୋଷ୍ଠୀ ସଂଘର୍ଷ ଟାଉନ ଥାନା ପରିସରକୁ ଲାଗି ଘଟି ଯାଇଥିବା ବେଳେ କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରା ଯାଇ ନ ଥିବା ଏବଂ ଘଟଣାର ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ କହିଛନ୍ତି। ପୂର୍ବରୁ ମଧ୍ୟ ବହୁ ମାମଲା ଗୁଡିକରେ ତଥ୍ୟ ଦେବାରେ ଟାଉନ ଥାନା ପୁଲିସ ପକ୍ଷରୁ ବ୍ୟାପକ ଟାଳଟୁଳ ନିତି ଅବଲମ୍ବନ କରାଯାଇ ଆସୁଥିବା ବେଳେ ଗୋଷ୍ଠୀ ସଂଘର୍ଷ ଓ ବସ୍ତି ବାସିନ୍ଦା ମାନଙ୍କ ମଧ୍ୟରେ ମାଡପିଟ ଘଟଣାର ପ୍ରାୟ ୧୮ ଘଣ୍ଟା ବିତିଯିବା ସତ୍ୱେ ପୁଲିସ କୌଣସି ପଦକ୍ଷେପ ନ ନେବା ଘଟଣା ସାଧାରଣରେ ପୁଲିସ ପାରିବାରିଆ ପଣିଆକୁ ନେଇ ପ୍ରଶ୍ନ ଉଠାଉଛି। ଟାଉନ ଥାନା କ୍ଷେତ୍ରରେ ଅପରାଧି ମାନେ ନିର୍ଭୟ ହୋଇ ସାରିଥିବାରୁ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜନତାଙ୍କୁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିବାକୁ ସବୁ ମହଲରୁ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories