www.samajalive.in
Saturday, December 6, 2025
16.1 C
Bhubaneswar

ଭୂମିହୀନ ପରିବାର ଓ ବିଡିଓଙ୍କୁ ଭେଟିଲା ଭୂମିହୀନ ସଂଘ

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ନିକଟସ୍ଥ ଗାଇଖାଇ ଛକଠାରେ ଆଦିବାସୀ ପରିବାରଙ୍କ ଘର ଭଙ୍ଗା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି। ସାରା ଜିଲାରେ ଆଦିବାସୀଙ୍କ ମଧ୍ୟରେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଆଜି ଜିଲା ଭୂମିହୀନ ସଂଘ ଉକ୍ତ ପରିବାରମାନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଥିଲେ ହେଁ କିଭଳି ଭାବେ ଏହାକୁ ଭଙ୍ଗାଗଲା ବୋଲି ସଂଘ ପ୍ରଶ୍ନ କରିଛି। ଯେଉଁମାନେ ଗରିବ ଆଦିବାସୀଙ୍କୁ କିଛି ଦେଇ ପାରି ନାହାଁନ୍ତି ସେମାନେ ଏଭଳି କାର୍ୟ୍ୟ କରିବା ଖୁବ ନିନ୍ଦନୀୟ। ଏହାକୁ ବିଭିନ୍ନ ଫୋରର୍ମରେ ଭୂମିହୀନ ସଂଘ ଉପସ୍ଥାପନ କରିବ ବୋଲି କହିଥିଲେ। ସରକାର ଏହି ୫ ଆଦିବାସୀ ପରିବାରଙ୍କୁ ତୁରନ୍ତ ରିଲିଫ ପ୍ରଦାନ କରନ୍ତୁ ଓ ସେମାନଙ୍କ ସମସ୍ତ ଆବଶ୍ୟକୀୟ କଥା ବୁଝନ୍ତୁ ବୋଲି ପ୍ରତିନିଧି ଦଳର ସଭାପତି ପୂ୍‍ର୍ନଚନ୍ଦ୍ର ବିଶ୍ୱାଲ, ସମ୍ପାଦକ ଜଗନ୍ନାଥ ପ୍ରସାଦ ମାହାଣା, ପ୍ରବକ୍ତା ଇଂ ହିତେଶ କୁମାର ସାହୁ,କପିଳ କୁମ୍ଭା, ଆରତୀ ଗୁରୁ, ସଂଝୁ ନାଏକ, ସମସନ ନିଶା, ବାସନ୍ତି ଜେନା, କୁନି ମାହାଣା ପ୍ରମୁଖ ଦାବି ଉଠାଇଛନ୍ତି।

ଯେଉଁ ଦୁର୍ବୃତ୍ତମାନେ ଏଭଳି ସାହସ କରିଛନ୍ତି ସେମାନଙ୍କ ପ୍ରତି ଆଇନ ଅନୁଯାୟୀ ଦୃଢ କର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ପରେ ସ୍ଥାନୀୟ ବିଡିଓଙ୍କୁ ଭେଟି ସଂଘ ଆଲୋଚନା କରି ଦାବି ସମୂହ ଜଣାଇଥିଲା। ତେବେ ଦ୍ୱିତୀୟ ଥର ପାଇଁ ଆବେଦନ ହୋଇପାରିବନି ବୋଲି ବିଡିଓ ମନା କରି ଦେଇଥିଲେ। ହେଲେ ଯେଉଁ ଜମି ସେହି ପରିବାର ମାନଙ୍କୁ ଆବଣ୍ଟନ କରାଯାଇଛି, ସେଥିରେ ପ୍ରଶାସନର କୌଣସି ହସ୍ତକ୍ଷେପ ନାହିଁ ବୋଲି ଜଣାପଡିଛି। ତେବେ ଆଦିବାସୀ ପରିବାରଙ୍କ ନ୍ୟାୟ ପାଇଁ ଜିଲାପାଳ ଓ ଏସପି ଧ୍ୟାନ ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories