www.samajalive.in
Saturday, December 6, 2025
19.1 C
Bhubaneswar

ସମ୍ବଲପୁର ସିଟି ରେଳ ଷ୍ଟେସନରେ ଯାତ୍ରୀବାହୀ ରେଳ ରହଣି ଦାବି

ସମ୍ବଲପୁର: ସମ୍ବଲପୁରର ଧନକଉଡା ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସିଟି ରେଳ ଷ୍ଟେସନଠାରେ ୩ଟି ଯାତ୍ରୀବାହୀ ରେଳର ରହଣି କରିବାକୁ ଦାବି କରାଯାଇଛି। ସୋମବାର ପରିଷଦର ଏକ ପ୍ରତିନିଧି ମଣ୍ଡଳ ସଭାପତି ଭକ୍ତ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ସମ୍ବଲପୁର ରେଳ ମଣ୍ଡଳର ପ୍ରବନ୍ଧକ ପ୍ରଦୀପ କୁମାରଙ୍କୁ ସାକ୍ଷାତକାର କରି ଏହି ଦାବି କରିଛନ୍ତି। ରେଳ କର୍ତ୍ତୃପକ୍ଷଙ୍କୁ ପ୍ରଦତ୍ତ ଦାବି ପତ୍ର ଅନୁଯାୟୀ, ସମ୍ବଲପୁର ତଥା ଆଖପାଖ ଅଞ୍ଚଳର ଜନତାଙ୍କ ସୁବିଧା ପାଇଁ ସିଟି ରେଳ ଷ୍ଟେସନରେ ସମ୍ବଲପୁର-ପୁରୀ ଇଣ୍ଟରସିଟି, ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଓ ତପସ୍ୱିନୀ ଏକ୍ସପ୍ରେସର ରହଣି ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି। ଏବେ ଅତ୍ୟଧିକ ଟ୍ରାଫିକ ସମସ୍ୟା ଓ ପ୍ରବଳ ଭିଡ ଯୋଗୁଁ ସହର ମଧ୍ୟରୁ ଏବଂ ଆଖପାଖ ଅଞ୍ଚଳରୁ ରେଳଯାତ୍ରୀଙ୍କୁ ସମ୍ବଲପୁର ରେଳ ଷ୍ଟେସନ(ମୁଖ୍ୟ ଜଙ୍କସନ)କୁ ପହଞ୍ଚିବାରେ ବେଶ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏବେ ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନକୁ ଯାଉଥିବା ରାସ୍ତା ଗୁଡିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଥିବାରୁ ରେଳ ଯାତ୍ରୀମାନେ ଠିକ ସମୟରେ ଷ୍ଟେସନକୁ ପହଞ୍ଚିବାରେ ବେଶ ଅସୁବିଧାର ସମ୍ମୁଖୀନ ହେବା ସହିତ ଅତ୍ୟଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ସମ୍ବଲପୁର ତଥା ଆଖପାଖ ଅଞ୍ଚଳରୁ ଉପରୋକ୍ତ ୩ଟି ରେଳଗାଡିର ପ୍ରାୟ ୫୦ ପ୍ରତିଶତ ଯାତ୍ରୀ ଯାତ୍ରା କରୁଥିବାରୁ ଏହି ରେଳଗାଡ଼ିଗୁଡ଼ିକ ସମ୍ବଲପୁରରେ ପହଞ୍ଚିବା ପରେ ଅତ୍ୟଧିକ ଭିଡ ସୃଷ୍ଟି ହେବା ସହିତ ଯାତ୍ରୀମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ଏହି ୩ଟି ରେଳଗାଡି ସିଟି ରେଳ ଷ୍ଟେସନରେ ରହଣି କରିବ, ତାହେଲେ ସମ୍ବଲପୁର ରେଳ ଷ୍ଟେସନ ଉପରେ ଚାପ କମିବ ଏବଂ ଯାତ୍ରୀମାନଙ୍କର ଅସୁବିଧା ମଧ୍ୟ ବହୁଗୁଣରେ କମିବ। ତେଣୁ ତୁରନ୍ତ ଯାତ୍ରୀମାନଙ୍କର ଅସୁବିଧାକୁ ଧ୍ୟାନରେ ରଖାଯାଇ ସମସ୍ୟାର ସମାଧାନ କରାଯାଉ ବୋଲି ପ୍ରତିନିଧି ମଣ୍ଡଳରେ ସାମିଲ ଆନାମ ଚରଣ ପ୍ରଧାନ, ଶିବ ମନୋହର ଦାଶ, ଅରକ୍ଷିତ ଦଳାଇ, କୈଳାଶ ଚନ୍ଦ୍ର ମିଶ୍ର, ରବି ନାରାୟଣ ମିଶ୍ର, ଅଭିମନ୍ୟୁ ସାହୁ, ଧନେଶ୍ୱର ମେହେର, ଆନନ୍ଦ କୁମାର ମିଶ୍ର ଓ ହିମାଦ୍ରି ବିହାରୀ ଦାଶ ଦାବି କରିଛନ୍ତି। ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ଦାବିପତ୍ର ଦିଆଯିବା ସହିତ ଏହାର ଏକ ଅବିକଳ ନକଲ ଭୁବନେଶ୍ୱର ସ୍ଥିତ ରେଳବାଇର ମହାପ୍ରବନ୍ଧକଙ୍କୁ ଡାକ ଯୋଗେ ପ୍ରେରଣ କରାଯାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories