www.samajalive.in
Saturday, December 6, 2025
26.1 C
Bhubaneswar

୬୫ତମ ରାଜ୍ୟ ବିଦ୍ୟାଳୟସ୍ତରୀୟ ବ୍ୟାଡମିନ୍ଟନ ଚାମ୍ପିୟନସିପ ଉଦଯାପିତ

ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇନଡୋର ଷ୍ଟାଡିୟମ ଠାରେ ଗତ ୨୨ ତାରିଖରୁ ୫ଦିନ ଚାଲୁଥିବା ୬୫ତମ ଓଡିଶା ରାଜ୍ୟ ବିଦ୍ୟାଳୟସ୍ତରୀୟ ବ୍ୟାଡମିନ୍ଟନ ଚାମ୍ପିୟନସିପ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଏହି ଚାମ୍ପିୟନସିପର ଉଦଯାପନୀ ଉତ୍ସବରେ ୫ମ ଓଡିଶା ବାଟାଲିୟନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଲେଫ୍ଟାନାଣ୍ଟ କର୍ଣ୍ଣେଲ କେ. ଏସ. ବିଷ୍ଟ ଯୋଗ ଦେଇଥିଲେ। ସମ୍ବଲପୁର ଜିଲା ଶିକ୍ଷାଧିକାରୀ ସୁବୋଧ କୁମାର ଦାସ ଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ଡିପିସି କଳ୍ପନା ମିସ୍ର, ଜିଲା କ୍ରିଡାଧିକାରୀ ଉପେନ୍ଦ୍ର ଶତପଥୀ, ଜିଲା ବ୍ୟାଡମିନ୍ଟନ ସମ୍ପାଦକ ନିଲୀନ କୁମାର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ସତ୍ୟ ନାରାୟଣ ରାୟଗୁରୁ ଅତିଥି ପରିଚୟ ସହିତ ବିବରଣୀ ପାଠ କରିଥିଲେ। ଚାମ୍ପିୟନସିପରେ ରାଜ୍ୟର ୨୬ଟି ଜିଲାର ୨୮୯ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେଥି ମଧ୍ୟରୁ ଉଭୟ ବାଳକ ଓ ବାଳିକା ମାନଙ୍କର ୧୪ରୁ କମ ବୟସ ବର୍ଗରେ ଯଥାକ୍ରମେ ୭୧ ଓ ୪୯ ଜଣ ଯୋଗ ଦେଇଥିଲେ। ସେହିଭଳି ବାଳକ ଓ ବାଳିକା ମାନଙ୍କର ୧୭ରୁ କମ ବୟସ ବର୍ଗରେ ଯଥାକ୍ରମେ ୧୦୦ ଓ ୬୯ ଜଣ ଭାଗ ନେଇଥିଲେ। ଚାମ୍ପିୟନସିପରେ ବାଳକ ମାନଙ୍କର ୧୪ ବର୍ଷରୁ କମ ବର୍ଗରେ ସୁନ୍ଦରଗଡ ଚାମ୍ପିୟନ ଓ ସମ୍ବଲପୁର ରର୍ନସ ଅଫ ଏବଂ ବାଳିକା ବର୍ଗରେ ସମ୍ବଲପୁର ଚାମ୍ପିୟନ ଓ ରାଜଗଡା ରର୍ନସ ଅଫ ହୋଇଛନ୍ତି। ସେହିଭଳି ୧୭ ବର୍ଷରୁ କମ ବାଳକ ବର୍ଗରେ ଭୁବନେଶ୍ୱର ଚାମ୍ପିୟନ ଓ କଟକ ରର୍ନସ ଅଫ ଏବଂ ବାଳିକା ବର୍ଗରେ ଭୁବନେଶ୍ୱର ଚାମ୍ପିୟନ ଓ ସମ୍ବଲପୁର ରର୍ନସ ଅଫ ହୋଇଛନ୍ତି। ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶିକ୍ଷୟତ୍ରୀ ଦିପାଳୀ ଚୌଧୁରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ହରିନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories