www.samajalive.in
Friday, December 5, 2025
20.1 C
Bhubaneswar

ପ୍ରବାସୀ ଶ୍ରମିକଙ୍କ ବସକୁ ନେଇ ସମ୍ବଲପୁରବାସୀ ଆତଙ୍କିତ

ସମ୍ବଲପୁର: କୋଭିଡ-୧୯ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଲକ୍ ଡାଉନ ଜାରି ରହିଥିବାବେଳେ ଶନିବୀର ସମ୍ବଲପୁର ସହରର ଜନ ଗହଳିପୁର୍ଣ୍ଣ ଜେଲ ଛକରେ ଢିଲା ସୁରକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ସକାଳ ସମୟରେ ବାହାର ରାଜ୍ୟରୁ ଏକ ଯାତ୍ରୀବାହୀ ବସ ୬ନମ୍ବର ଜାତୀୟ ରାଜପଥ ରେ ଆସୁଥିବା ବେଳେ ସ୍ଥାନୀୟ ଦୁର୍ଗାପାଲି ଛକରୁ ରିଂ ରୋଡ଼ ଦେଇ ସହର ମଧ୍ୟକୁ ପଶିଥିଲା। ଗୁଜରାଟର ସୁରତ ଜିଲା ପ୍ରଶାସନର ଅନୁମତି ନେଇ ଏହି ବସଟି ଗୁଜରାଟ ଓ କରୋନା ଭୂତାଣୁ ସଂକ୍ରମଣର ହଟ ସ୍ପଟ ପାଲଟିଥିବା ମହାରାଷ୍ଟ୍ର ପ୍ରଦେଶରୁ ଯାତ୍ରୀ ମାନଙ୍କୁ ନେଇ ଯାତ୍ରା କରୁଛି। ବସଟି ଜେଲ ଛକରେ ପହଞ୍ଚିବା ପରେ ଯାତ୍ରୀମାନେ ଏଠାରେ ଓଲ୍ହାଇ କୌଣସି ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନ ଦେଇ ଖୋଲାଥିବା ଦୋକାନ ଗୁଡିକରେ ସାମଗ୍ରୀ କିଣୁ ଥିବାର ଦେଖା ଯାଇଥିଲା ।  ଏହାକୁ ନେଇ ସ୍ଥାନୀୟଲୋକେ ଆତଙ୍କିତ ହେବ ସହିତ ତୁରନ୍ତ ଗଣମାଧ୍ୟମ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାଗଜ ପତ୍ର ଯାଞ୍ଚ ପରେ ଗାଡି କୁ ଛାଡ଼ି ଥିଲା।

ଏହି ଘଟଣା କୁ ନେଇ ସହ ରେ ଚହଲ ପଡିଥିବା ବେଳେ କିଛି ସମୟ ପରେ ପୁଣି ଦୁଇଟି ବସ ସେହି ରାସ୍ତାରେ ଦେଇ ଜେଲଖାନା ଛକରେ ପହଁଞ୍ତି ଥିଲା। ଏଣୁ ଲୋକଙ୍କ ମଧ୍ୟରେ ପୁଲିସ ଓ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏଣୁ ପୁଲିସ ବସ ମାନଙ୍କୁ ଏସକଟ କରି ସହର ମଧ୍ୟରୁ ବାହାରକୁ ଛାଡିଥିଲା।

- Advertisement -

ତେବେ, ଏଠାରେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା ଏତେ କଡାକଡ଼ି ଥିବାବେଳେ ଜାତୀୟ ରାଜପଥରେ ଯିବାକୁ ଥିବା ଅନ୍ୟ ରାଜ୍ୟର ବସ ଗୁଡିକ ସହର ମଧ୍ୟକୁ ପଶିଲା କେମିତି ? ପୁଲୁସ ଡିଜି ଅଭୟ ଙ୍କ ଗସ୍ତର ଦୁଇ ଦିନ ମଧ୍ୟରେ ଏଭଳି ଘଟଣା କିପରି ଘଟିଲା? ତାହା ପୁଣି ଏକ ପ୍ରମୁଖ ଥାନା, ୨୪ ଘଣ୍ଟା ସିସିଟିଭି ର ନଜର ମଧ୍ୟରେ ହାଇ ସିକୁରୀଟି ଯୋନ ଭିତରେ ଥିବା ଜିଲାପାଳ, ଏସପି ଆଦି ପ୍ରମୁଖ କାର୍ୟ୍ୟାଳୟ ସମ୍ମୁଖ ଦେଇ ଜେଲଖାନା ଛକରେ କିଭଳି ପହଞ୍ଚିଲା? ଜିଲା ମଧ୍ୟକୁ ବସ ଗୁଡିକ ପ୍ରବେଶ କରିଥିବା ବେଳେ ପ୍ରଶାସନ କେମିତି ଜାଣି ପାରି ନ ଥିଲା ? ଦୋଷୀକୁ ଦଣ୍ଡ ମିଳିବ କି? ଯଦି ଜିଲାରେ ଭୁତାଣୁ ସଂକ୍ରମଣ ହୁଏ ତାହା ହେଲେ ଦାୟୀ କିଏ ହେବ? ଏଭଳି ଅନେକ ପ୍ରଶ୍ନ ଥିବା ବେଳେ ପ୍ରଶାସନ ତାର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଚୁପ ରହିଛି।

ଏହି ଘଟଣା ପରେ ଗୋଟିଏ ବସ କୁ ପୁଲିସ ଅଟକାଇ ଯାଞ୍ଚ କରିଛି। ପୁଲିସ ରବିବାର ଦିନ ଠାରୁ ଏଭଳି ଯାତ୍ରୀବାହୀ ବସ ଅସିବାର ଅନୁମାନ ରଖିଥିଲା । ଏବେ ଜିଲାର ପ୍ରବେଶ ଦ୍ୱାର ଗୁଡିକରେ ଯାଞ୍ଚ ବୃଦ୍ଧି କରାଯାଇଛି ବୋଲି ଜଣାପଡିଛି । ଶାନ୍ତିପୁର୍ଣ୍ଣ ସମ୍ବଲପୁରବାସୀ କରୋନା ଭୂତାଣୁ ଯୋଗୁଁ ସୃଷ୍ଟି ହୋଇଥିବା ଲକ୍ ଡାଉନକୁ ସମ୍ମାନର ପାଳନ କରିଆସୁଥିବାରୁ ଏହି ଜିଲା ଏବେ ସଂକ୍ରମଣ ମୁକ୍ତ ରହିଛି। କିନ୍ତୁ ଏଭଳି ପ୍ରଶାସନିକ ଖାମ ଖିଆଲି ମନୋଭାବ ପୋଷଣ କରେ ତାହା ହେଲେ ଖୁବ ଶୀଘ୍ର ଏହି ଜିଲାରେ ମଧ୍ୟ କରୋନା ପାଦ ପକାଇବାର ଆଶଙ୍କାରେ ଲୋକେ ଭୟଭୀତ ରହିଛନ୍ତି। ପରେ ଜେଲ ଛକ ଅଞ୍ଚଳକୁ ଜ଼ିଲା ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି ।

 

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories