www.samajalive.in
Thursday, December 11, 2025
13.1 C
Bhubaneswar

ଜନକଲ୍ୟାଣ ପାଇଁ ମହାନଦୀ ଦ୍ୱିତୀୟ ସେତୁ ତଳେ ପୂଜାର୍ଚ୍ଚନା

ସମ୍ବଲପୁର : ଜନତାଙ୍କ ଗମନାଗମନର ସୁବିଧା ପାଇଁ ସମ୍ବଲପୁରର କଚେରୀ ଛକ ଠାରୁ ମହାନଦୀର ଅପରପାର୍ଶ୍ବରେ ଥିବା ଚାଉଁରପୁରକୁ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କରାଯାଇଛି। ଏହି ସେତୁ ନିର୍ମାଣ ଆରମ୍ଭ ସମୟରୁ ଏହି ସେତୁ ଉପରେ ଓ ତଳେ ବିଭିନ୍ନ ପ୍ରକାରର ଦୁର୍ଘଟଣା ଓ ଅଘଟଣ ମାନ ଘଟୁଥିବା ବେଳେ ବିଭିନ୍ନ ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଅମୂଲ୍ୟ ଜୀବନ ଶେଷ ହୋଇ ସାରିଛି। ବିଗତ ଦିନରେ ଏହି ସେତୁ ଉପରୁ ଜଣେ ମହିଳା ଓ ତାଙ୍କର ଝିଅ ନିଖୋଜ ହୋଇଯାଇଥିବା ଘଟଣା ପରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ପରାମର୍ଶକ୍ରମେ ବିଶ୍ୱ ହିନ୍ଦୁ ପରିଷଦ ଓ ସମ୍ବଲପୁର ନାଗରିକ କଲ୍ୟାଣ ସମିତି ଦ୍ୱାରା ସେତୁ ତଳେ ଶାନ୍ତି ହୋମ ଯଜ୍ଞ କରାଯାଇଛି।

ମଙ୍ଗଳବାର ପୂର୍ବାହ୍ନରେ ପଣ୍ଡିତ ମହାସଭାର ପଣ୍ଡିତ ମାନଙ୍କ ଦ୍ୱାରା କରାଯାଇଥିବା ଶାନ୍ତି ଓ ହୋମ ଯଜ୍ଞ କାର୍ଯ୍ୟକ୍ରମରେ କଲ୍ୟାଣ ସମିତିର ଗୋବିନ୍ଦ ଅଗ୍ରୱାଲ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ପ୍ରାୟ ୨ ଘଣ୍ଟା ଧରି ବୈଦିକ ମନ୍ତ୍ରୋଚାରଣ ସହିତ ହୋମ ଯଜ୍ଞ କରାଯିବା ପରେ ପୂର୍ଣ୍ଣାହୁତି ଦିଆଯାଇ ସମସ୍ତଙ୍କର ମଙ୍ଗଳ କାମନା ସହିତ ସେତୁ ଉପରେ ଅଘଟଣ ନ ଘଟିବା ପାଇଁ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ରାଜୀବ ଶତପଥି, ଅରବିନ୍ଦ ନାୟକ, ନନ୍ଦ କିଶୋର ମିଶ୍ର, ପ୍ରଦୀପ ସୁପକାର, ବସନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories