www.samajalive.in
Thursday, December 11, 2025
16.1 C
Bhubaneswar

ବିଶ୍ୱ ରେକର୍ଡ଼ କଲା ସୁଶାନ୍ତଙ୍କ ଶେଷ ଫିଲ୍ମର ଟ୍ରେଲର

ମୁମ୍ବଇ: ବିଶ୍ୱ ରେକର୍ଡ଼ କରିଛି ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ଦିଲ୍‍ ବେଚାରା’ର ଟ୍ରେଲର। ୬ ଜୁଲାଇରେ ରିଲିଜ୍‍ ହୋଇଥିବା ଏହି ଟ୍ରେଲରକୁ ୟୁଟ୍ୟୁବରେ ସର୍ବାଧିକ ଲାଇକ୍‍ ସହ ସର୍ବାଧିକ ଭିୟୁଜ୍‍ ମିଳିଛି। ୨୪ ଘଣ୍ଟା ମଧ୍ୟରେ ୨୨ ମିଲିୟନରୁ ଅଧିକ ଭିୟୁଜ୍‍ ସାଉଁଟି ଏହା ବିଶ୍ୱ ରେକର୍ଡ଼ କରିଛି। ଏହାସହିତ ରିଲିଜ୍‍ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ଏହା ୫ ମିଲିୟନ ଭିୟୁଜ୍‍ ଅତିକ୍ରମ କରିଥିଲା। ଏହା ଦର୍ଶକଙ୍କୁ ସବୁଠୁ ଅଧିକ ପସନ୍ଦ ଆସିଥିବା ଟ୍ରେଲର ପାଲଟିଛି।
ସୂଚନାଯୋଗ୍ୟ, ୨୪ ତାରିଖରେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି ସୁଶାନ୍ତ ଓ ନବାଗତା ସଞ୍ଜନା ସାଂଘୀଙ୍କ ଅଭିନୀତ ଏହି ଚଳଚ୍ଚିତ୍ର। ଏହି ଫିଲ୍ମରେ ଶେଷ ଥର ପାଇଁ ସୁଶାନ୍ତଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ। ଏହାର ଟ୍ରେଲରକୁ ମିଳିଥିବା ପ୍ରତିକ୍ରିୟାକୁ ଦେଖି ସୁଶାନ୍ତଙ୍କ ପିଲ୍ମ ପାଇଁ ତାଙ୍କ ପ୍ରଶଂସକଙ୍କ ମନରେ ଥିବା ଆବେଗ ବିଷୟରେ ଜଣାପଡ଼ୁଛି। ସୋସିଆଲ ମିଡିଆରେ ଏହି ଟ୍ରେଲରକୁ ବାରମ୍ବାର ଦେଖାଯାଉଛି ଏବଂ ଫିଲ୍ମ ପାଇଁ ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବଲିଉଡ କଳାକାର ପର୍ୟ୍ୟନ୍ତ ସମସ୍ତେ ଅପେକ୍ଷା କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories