www.samajalive.in
Monday, December 8, 2025
14.1 C
Bhubaneswar

ଶନିବାର ରାଶିଫଳ

ମେଷ: କୀର୍ତ୍ତିମାନ ହେବେ। ଦେବ-ବ୍ରାହ୍ମଣମାନଙ୍କ ପ୍ରତି ଭକ୍ତିଭାବ ରହିବ। ପୂର୍ବାହ୍ଣରେ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ମାନସିକ ଅଶାନ୍ତି ଉପୁଜି ପାରେ। ଅର୍ଥ ନଷ୍ଟ ଓ ସ୍ୱାସ୍ଥ୍ୟ ହାନି ଘଟିବ।

ବୃଷ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

- Advertisement -

ମିଥୁନ: ବିବାଦୀୟ ପରିସ୍ଥିତି ଉପୁଜି ପାରେ। ଅଯଥା ବିତର୍କରେ ଭାଗ ନ ନେବା ଉଚିତ୍‍। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଛଳତାପୂର୍ଣ୍ଣ କଥା କହି ଅନ୍ୟମାନଙ୍କୁ ବଶ କରି ପାରନ୍ତି। ବନ୍ଧୁଙ୍କ ବିରୋଧରେ ସମ୍ମୁଖୀନ ହେବେ।

କର୍କଟ: ଅର୍ଥ ବିନିଯୋଗ କଲେ ବ୍ୟବସାୟରେ ଲାଭବାନ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ସିଂହ: କର୍ମକ୍ଷେତ୍ରରେ ଶାନ୍ତି ମିଳିବ। ଶୁଭଖବର ପାଇ ଖୁସି ହେବେ। କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।

କନ୍ୟା: ପୁରାତନ ଘଟଣାର ପ୍ରତିଶୋଧ ନେଇପାରନ୍ତି। ସେବା ମନୋଭାବ ଜାଗ୍ରତ ହୋଇପାରେ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ଓ ପ୍ରତିଯୋଗିତାରେ ବିଜୟୀ ହେବେ।

ତୁଳା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବ ଦେଖାଦେବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସ୍ୱାଭିମାନୀ ହୋଇପାରନ୍ତି। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

ବିଛା: ସୁ ସମ୍ବାଦ ପାଇ ଖୁସି ହେବେ। ବିଭିନ୍ନ ସ୍ତରରୁ ସହାୟତା ମିଳିବ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇ ସମୟ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ଉତ୍ତମ ଭୋଜନ ମିଳିବ।

ଧନୁ: ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହେବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବେ। ସୁଖୀ ହେବେ।

ମକର: ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। ଆଶ୍ୱସ୍ତି ମିଳିବ। ପଢ଼ାପଢ଼ିରେ ମନୋନିବେଶ କରିବେ। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତିି। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି।

କୁମ୍ଭ: କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଆସ୍ତିକ ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ତ୍ୱରାନ୍ୱିତ ନେଇ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ।

ମୀନ: ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ପ୍ରଶସ୍ତ ରହିଛି। ଦିଅଁ ଦର୍ଶନ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅଶାନ୍ତିର ଉପଶମ ହେବ। ବିବାଦୀୟ କ୍ଷେତ୍ରରେ ବିଜୟ ହାସଲ କରିପାରନ୍ତି। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories