www.samajalive.in
Sunday, December 7, 2025
23.1 C
Bhubaneswar

୮ ଗିରଫ, ୪୦ ମେଟ୍ରିକ ଟନ୍‍ ପିଲେଟ, ଗାଡ଼ି ଜବତ

ବଡ଼ବିଲ : ବଡବିଲ ପୁଲିସ ବଡବିଲରୁ ପିଲେଟ(ଲୌହ ଗୋଲି) ଚୋରା ଚାଲଣ ହେଉଥିବା ସମୟରେ ଘଟଣା ସ୍ଥଳରେ ଚଢଉ କରି ୪୦ ମେଟ୍ରିକଟନ୍‍ ପିଲେଟ ସହ ଏକ ଟ୍ରକ ଏବଂ ବୋଲେରୋ ଜବତ କରିଛନ୍ତି। ଏହି ଘଟଣାରେ ସମୁଦାୟ ୮ ଜଣ ଆନ୍ତଃରାଜ୍ୟ ପିଲେଟ ମାଫିଆଙ୍କୁ ଗିରଫ କରାଯାଇଛି।
ଗୁରୁବାର ରାତିରେ ବଡବିଲ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କୌଣସି ସୂତ୍ରରୁ ଖବର ପାଇ ମଧ୍ୟରାତ୍ରରେ ପେଟ୍ରୋଲିଂରେ ଥିବା ସବ୍‍ ଇନ୍ସପେକ୍ଟର ସୌରଭ ସାମଲଙ୍କୁ ପିଲେଟ ଚୋରା ଚାଲାଣକୁ ନେଇ ସୂଚନା ଦେଇଥିଲେ। ସୂଚନାପାଇ ସୌରଭ ସାମଲଙ୍କ ସହିତ ଏକ ପୁଲିସ ଦଳ ଭଦ୍ରାସାହି ନିକଟସ୍ଥ ରୋଇଡା ଜଙ୍ଗଲରେ ଗଚ୍ଛିତ ପିଲେଟ ଠାବ କରିଥିଲେ। ସେହି ସ୍ଥାନରେ ପୁଲିସ ଦଳ ଚଢଉକରି ୪୦ ମେଟ୍ରିକଟନ୍‍ ପିଲେଟ ସହ ଏକ ବୋଲେରୋ ଗାଡି ଏବଂ ଏହି ଚୋରା ଚାଲାଣରେ ସଂପୃକ୍ତ ମୟୁରଭଞ୍ଜ ଜିଲା ଯଶୀପୁରର ଆସିଫ ଆନସାରୀ, ବାଦାମପାହାଡର ପ୍ରବୀର ଗିରି,
ଝାଡଖଣ୍ଡ ପ୍ରଦେଶର ହଜାରିବାଗର ସଞ୍ଜୟ କୁମାର ସାହା, ଚାଣ୍ଡିଲର ମୁକେଶ ସହଗଲ, ଟାଟାନଗର ଅଂଚଳର ସଞ୍ଜୟ କୁମାର ପ୍ରସାଦ, ଜୟଦେବ ଗିରି, ଅନୁପ ରାଜ୍‍ ଏବଂ ଗୟାର ଅଖିଲେଶ କୁମାର ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବଡବିଲ ଥାନାଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ଏହି ପିଲେଟ କିଭଳି ଏହି ସ୍ଥାନକୁ ଆସିଛି ସେଥିନେଇ କିଛି ସ୍ପଷ୍ଟ ହୋଇ ନଥିବା ଜଣା ପଡିଛି। ତେବେ ଏହି ଚୋରା ଚାଲାଣରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଥିବା ଥାନାଅଧିକାରୀ ସୂଚନା ଦେବା ସହିତ ମୁଖ୍ୟ ଅଭିଯୁକ୍ତ ଧରାପଡିଲେ ଏ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories