www.samajalive.in
Sunday, December 14, 2025
15.1 C
Bhubaneswar

ସୋମବାର ରାଶିଫଳ: ଲଟେରିରୁ ଲାଭବାନ ହେବେ ଏହି ରାଶି

ମେଷ: ବ୍ୟକ୍ତିଗତ ବ୍ୟବସାୟ ଓ ସହଯୋଗ ବ୍ୟବସାୟ ଲାଭପ୍ରଦ ହେବ। ମନୋରଞ୍ଜନ କାର୍ଯ୍ୟରେ ଉଚ୍ଚ ପ୍ରଶଂସା ମିଳିବ। ଭୋଗୀ ଓ ବିଳାସୀ ହେବେ। ସେବା, ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।

ବୃଷ: ନୀରୋଗ ଶରୀର ସମ୍ପନ୍ନ ହୋଇପାରନ୍ତି। ଧନବାନ୍‌ ହେବେ। ପତ୍ନୀ ମନୋହାରିଣୀ ହୋଇପାରନ୍ତି। ମୋକଦ୍ଦମା ହେଉ ବା ନିର୍ବାଚନ; ନିଶ୍ଚିତ ବିଜୟୀ ହେବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିବେ।

- Advertisement -

ମିଥୁନ: ପୁତ୍ର, କନ୍ୟାମାନେ ଶୋଭାଯୁକ୍ତ ହେବେ। କନ୍ୟାମାନଙ୍କ ମଧ୍ୟରେ କେହି ସଙ୍ଗୀତ ନିପୁଣା ହୋଇପାରନ୍ତି। ନୃତ୍ୟରେ ପାରଦର୍ଶୀ ହେବେ। ଚାକିରିରେ ଉଚ୍ଚ ପଦପଦବୀଯୁକ୍ତ ହେବେ। ଲଟେରିରୁ ଲାଭ ମିଳିବ।

କର୍କଟ: ମାତୃଭକ୍ତ ହେବେ। ଉଚ୍ଚାଭିଳାଷୀ ହୋଇପାରନ୍ତି। ଭୂମି ଲାଭ ସହିତ ଯାନବାହନଯୁକ୍ତ ହେବାର ସୂଚନା ମିଳୁଛି। ପରିବହନ ବ୍ୟବସାୟରେ ଲାଭ ପ୍ରାପ୍ତିର ସୁଯୋଗ ଅଛି। ଶାସ୍ତ୍ରଜ୍ଞ ଓ ଜ୍ୟୋତିଷ ଶାସ୍ତ୍ରବିଦ୍‌ ହେବେ।

ସିଂହ: ଭାଇ, ଭଉଣୀମାନେ ଉଚ୍ଚ ଶିକ୍ଷିତ ହୋଇପାରନ୍ତି। ମିତ୍ରଙ୍କ ସହିତ ଅଧିକ ସୁସମ୍ପର୍କ ଯୋଡ଼ି ସନ୍ତୋଷ ଲାଭ କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁଲେଖକ ଓ ସୁବକ୍ତା ହୋଇପାରନ୍ତି।

କନ୍ୟା: ପତ୍ନୀ ରୂପବତୀ ହେବେ। ପର ଧନରେ ଧନୀ ହୋଇପାରନ୍ତି। ରାଜନୈତିକ ନେତାଙ୍କ ଦ୍ବାରା କାର୍ଯ୍ୟ ହାସଲ କରିପାରନ୍ତି। ହୋଟେଲ ଓ ବ୍ୟୁଟିପାର୍ଲର ସଂସ୍ଥାରୁ ଲାଭବାନ୍‌ ହେବେ। ସୁଖ ଭୋଗ ହେବ।

ତୁଳା: ରୂପବାନ୍‌ ହେବେ। ହାସ୍ୟ ମୁଖ ହୋଇ ହୋଇପାରନ୍ତି। ଗଣିତଜ୍ଞ ହେବେ। କବି ହେବେ। ସୁନ୍ଦର ଦ୍ରବ୍ୟର ଅଭିଳାଷୀ ହୋଇପାରନ୍ତି। ମହିଳାମାନେ ଲାବଣ୍ୟମୟୀ ରୂପର ଅଧିକାରିଣୀ ହେବେ।

ବିଛା: ସମସ୍ତ ସୁଖ ସ୍ବାଚ୍ଛନ୍ଦ୍ୟ ଭୋଗ କରିପାରନ୍ତି। ଗୁପ୍ତ ବିଦ୍ୟାରେ ଅଦ୍ଭୂତପୂର୍ବ ସଫଳତା ମିଳିବ। ସଙ୍ଗୀତପ୍ରେମୀ ହେବେ। କର୍ମଚଞ୍ଚଳ ଓ କର୍ମଠ ହେବେ। ବାସଗୃହର ଦକ୍ଷିଣ ଦିଗ ଖୋଲା ରଖିପାରନ୍ତି।

ଧନୁ: ମହାଧନୀ ହୋଇପାରନ୍ତି। ମିତ୍ର, ବନ୍ଧୁଯୁକ୍ତ ହେବେ। ବିବାହ ପରେ ଭାଗ୍ୟ ଉଦୟ ହେବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। କଳା କୁଶଳୀ ହେବେ। ରୂପବାନ୍‌ ହୋଇପାରନ୍ତି। ଦୈବୀ ଶକ୍ତି ପ୍ରାପ୍ତ ହେବେ।

ମକର: ସୁଶିକ୍ଷିତ ହେବେ। ସୁନ୍ଦରୀ ପତ୍ନୀଯୁକ୍ତ ହୋଇପାରନ୍ତି। ଧନୀ ହେବେ। ପ୍ରସାଧନ ସାମଗ୍ରୀ ବ୍ୟବସାୟରୁ ଅଧିକ ଲାଭ ମିଳିବ। ପରିବହନ କାର୍ଯ୍ୟରେ ନିଜ ଗାଡ଼ିର ବିନିଯୋଗ କରି ଲାଭବାନ୍‌ ହେବେ।

କୁମ୍ଭ: ଉଚ୍ଚ ଶିକ୍ଷିତ ଓ ଦୟାଳୁ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ବେପରବାୟ ପ୍ରକୃତିର ହେବେ। ପ୍ରତିରକ୍ଷା ବିଭାଗରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହେବେ। ଦୂରଦର୍ଶୀ ଓ ବିବେକୀ ହେବେ।

ମୀନ: ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ଉତ୍ତମ ଓ ଶୃଙ୍ଖଳିତ ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି। ସାଂସ୍କୃତିକ କାର୍ଯ୍ୟରେ ଭାଗ ନେଇ ଉଚ୍ଚ ପ୍ରଶଂସା ଲାଭ କରିପାରନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories