www.samajalive.in
Friday, December 5, 2025
26.1 C
Bhubaneswar

କୁଆପଥର କ୍ଷତିଗ୍ରସ୍ତ ଅଞ୍ଚଳରେ ‘ସମାଜ’ ରିଲିଫ

ବିଶୋଇ  : ‘ସମାଜ’ ରିଲିଫ କମିଟିର ଏକ ଦଳ ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଶୋଇ ବ୍ଲକର ଖଡମବେଡା ପଞ୍ଚାୟତ ଅନ୍ତର୍ଗତ କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ଗ୍ରାମଗୁଡ଼ିକୁ ପରିଦର୍ଶନ କରିଥିଲେ। ମାର୍ଚ୍ଚ ୨୦ ତାରିଖରେ ପ୍ରବଳ ଝଡ଼ବର୍ଷା ଓ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲାର ବିଶୋଇ ଓ ବାଙ୍ଗିରିପୋଷି ଅଞ୍ଚଳର ବ୍ୟାପକ କ୍ଷତି ହୋଇଥିଲା। ସେତେବେଳେ ‘ସମାଜ ରିଲିଫ୍‌ କମିଟି’ ପହଞ୍ଚି କିଛି କ୍ଷତିଗ୍ରସ୍ତଙ୍କୁ ରିଲିଫ୍‌ ପ୍ରଦାନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ଦିଆ ଯାଇନଥିବା କ୍ଷତିଗ୍ରସ୍ତ ପରିବାରକୁ ‘ସମାଜ’ ରିଲିଫ କମିଟି ପକ୍ଷରୁ ବିଭିନ୍ନ ସାମଗ୍ରୀ ସମ୍ବଳିତ ରିଲିଫ ପୁଡ଼ିଆ ବଣ୍ଟନ କରାଯାଇଥିଲା। ପାଳସିଡ଼ିହି, ବୁଦ୍ଧିଆ ସାହି, ତଟକମରା, କିତାବେଡା ଆଦି ଗ୍ରାମରେ ଏହି ସହାୟତା ପ୍ରଦାନ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ସୋମବାରୀ ସିଂ, ଜିଲା ପରିଷଦ ସଭ୍ୟା ବିନ୍ଦୁସ୍ମିତା ଦେଓ, ସାମ୍ବାଦିକ ଶାଶ୍ୱତ ଶର୍ମା ପ୍ରମୁଖ ରିଲିଫ ବଣ୍ଟନରେ ସହାୟତା କରିଥିଲେ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories