www.samajalive.in
Sunday, December 14, 2025
26.1 C
Bhubaneswar

ଚାଷୀଙ୍କୁ କେବଳ ଇନ୍ଦ୍ର ଭରସା

ସାଲେପୁର: କେନାଲରେ ପାଣି ନଆସିବାରୁ ଚାଷୀ କୂଳ ହତାଶ। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ବ୍ଲକ ଛୋଟିନଟରା, କାଳିଦାହି, ସିଢ଼ୋ, କରମୁଆଁ ଏହି ଚାରି ଗୋଟି ଗ୍ରାମମାନଙ୍କରେ। ଧାନ ଚାଷ ଜମି ଫାଟି ଆଁ କରିଛି। ତଳି ସବୁ ଗଜା ମରୁଡି ହୋଇ ସାରିଲାଣି। ରୁଆ ବିଲ ସବୁ ଶୁଖିକି ଧଳା ପଡ଼ିଗଲାଣି। ଚାଷୀମାନଙ୍କ କହିବାନୁସାରେ ୫ ନମ୍ବର କେନାଲର ଉପରେ ମୁଣ୍ଡରେ ତଥା ଛାଣିପୁର ପଞ୍ଚାୟତ କୁଆପୋଲ ତଳେ ଥିବା ସୌପୁନି ଭାଙ୍ଗି ପାଣି ସବୁ ଗୋବରୀ ନଦୀକୁ ପଳାଇ ଯାଉଛି। ଫଳରେ କେନାଲର ତଳମୁଣ୍ଡରେ ଥିବା ଏହି ଗାଁର ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏବେ ଏହି ଚାଷୀମାନେ ଚାଷ କରିବା ପାଇଁ କେବଳ ବର୍ଷା ପାଣି ଉପରେ ନିର୍ଭର କରୁଛନ୍ତି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଏହି ସୌପୁନିର ମରାମତି ବା ପୁନରୁଦ୍ଧାର ବାବଦରେ ଅଭିଯୋଗ କରିବା ସତ୍ତ୍ବେ କୌଣସି ସୁଫଳ ମିଳୁନାହିଁ। ଯଦି ସରକାର ଏହା ଉପରେ ଦୃଷ୍ଟି ଦିଅନ୍ତେ ଚାଷୀକୂଳ ବଞ୍ଚିଯାଆନ୍ତେ ବୋଲି ଏହି ଗ୍ରାମର ଅନେକ ଚାଷୀ ସରକାରଙ୍କୁ ନିବେଦନ କରିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories